• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇଣ୍ଡି ମେଣ୍ଟକୁ ବଡ଼ ଝଟକା: ମମତା ବାନାର୍ଜୀ ଘୋଷଣା, ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବି

by Voice of Victims
January 24, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଇଣ୍ଡି ମେଣ୍ଟକୁ ବଡ଼ ଝଟକା: ମମତା ବାନାର୍ଜୀ ଘୋଷଣା, ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବି

ନୂଆଦିଲ୍ଲୀ: ଆଜି ଇଣ୍ଡି ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ମମତା କହିଛନ୍ତି- ପଶ୍ଚିମବଙ୍ଗରେ ଆସନ ବଣ୍ଟନ ନେଇ ମୋର ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ଏଭଳି ସ୍ଥିତିରେ ମେଣ୍ଟରେ ରହିବାର କୌଣସି ଅର୍ଥ ନାହିଁ। ବଙ୍ଗଳାରେ ଆମେ ଏକାକୀ ଲଢ଼ିବୁ। ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ କଂଗ୍ରେସ ୧୦ରୁ ୧୨ଟି ଆସନ ଦାବି କରୁଛି। ଅନ୍ୟପକ୍ଷରେ ଟିଏମସି ମାତ୍ର ୨ଟି ଆସନ ଦେବାକୁ ଜିଦ୍ ଧରିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ସବୁ ଆସନରେ ବିଜୟୀ ହୋଇଥିଲା। ପଶ୍ଚିମବଙ୍ଗର ଟିଏମସି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟ ଇଣ୍ଡି ମେଣ୍ଟରେ ସାମିଲ ଅଛନ୍ତି। ଏଭଳି ସ୍ଥିତିରେ ଆସନ ବଣ୍ଟନ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ମମତା ପୂର୍ବରୁ କହିସାରିଛନ୍ତି ଯେ ଯଦି ଟିଏମସିକୁ ଗୁରୁତ୍ୱ ଦିଆନଯାଏ ତେବେ ଟିଏମସି ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ସିଧାସଳଖ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ଦୁଇଦିନ ତଳେ ମମତା କହିଥିଲେ ଯେ ଟିଏମସି ପାଖରେ ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ଶକ୍ତି ଅଛି ଏବଂ ସମର୍ଥନ ଭିତ୍ତି ଭୂମି ମଧ୍ୟ ରହିଛି। କିନ୍ତୁ କିଛି ଲୋକ ଆସନ ବଣ୍ଟନ ପ୍ରସଙ୍ଗରେ ଆମ କଥା ଶୁଣିବାକୁ ଚାହୁଁନାହାନ୍ତି ବୋଲି ସେ କଂଗ୍ରେସର ନାମ ନ ନେଇ କହିଛନ୍ତି। ଯଦି ଆପଣ (କଂଗ୍ରେସ) ବିଜେପି ସହ ଲଢ଼ିବାକୁ ଚାହୁଁନାହାଁନ୍ତି, ତେବେ ଲଢ଼େଇ କରନ୍ତୁ ନାହିଁ। ଅନ୍ତତଃ ଆମକୁ (ଟିଏମସି) ଏହି ଆସନ ଦିଅନ୍ତୁ। ଆସନ ବଣ୍ଟନରେ ବିଳମ୍ବ ପାଇଁ ସେ କଂଗ୍ରେସକୁ ଦାୟୀ କରିଛନ୍ତି।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In