ବଡ଼ଚଣା ୧୭।୧୧ :- ବଡ଼ଚଣା ବ୍ଲକ ଅନ୍ତର୍ଗତ ରାଧଦେଇପୁର ଗ୍ରାମପଞ୍ଚାୟତ ବାପପୁଅ ଛକ ନିକଟରେ ଗତକାଲି କାର ସହ ବାଇକ ଧକ୍କା ହେବା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ହୋଇଛନ୍ତି ।
ବାଇକ ଚାଳକ ଜଣକ ବାଙ୍ଗରଗୁଣ୍ଠା ଗ୍ରାମର ବାସିନ୍ଦା ଅଟନ୍ତି । କାର ଟି ଭାରସାମ୍ୟ ହରାଇ ନିକଟସ୍ଥ ଧାନ ବିଲ ଆଡ଼କୁ ମାଡ଼ି ଯାଇଛି। ସୂଚନା ମୁତାବକ ବାଇକ ଆରୋହୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।
