ଚମ୍ପୁଆ: ଚମ୍ପୁଆ ଥାନା ରିମୁଳି-ଯୋଡା ୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବପୁର ଛକ ନିକଟରେ ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ l ମୃତକ ଜଣଙ୍କ ଚମ୍ପୁଆ ବ୍ଲକ କୋଦଗାଡିଆ ଗ୍ରାମର ପବିତ୍ର ମହାନ୍ତ l ସେ ଆଜି ନିଜ ଦୋକାନ ସାମଗ୍ରୀ ଆଣିବାକୁ ଯୋଡ଼ା ବ୍ଳକ୍ ବାସୁଦେବପୁର କୁ ଯାଇଥିଲେ, ସେଠାରୁ ଦୋକାନ ସାମଗ୍ରୀ ନିଜ ବାଇକରେ ଲଦି ଆସିବାକୁ ବାହାରୁ ଥିବା ବେଳେ ଏକ ହାଇଓ୍ବା ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସେ ଗୁରୁତର ଆହତ ହେଇଥିଲେ l

ସଙ୍ଗେ ସଙ୍ଗେ ପବିତ୍ର ଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲେ ମାତ୍ର ଅବସ୍ଥା ଅତି ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ମାତ୍ର ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି l ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇଓ୍ବା କୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି l
