• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ଦାସଙ୍କ ଦମଦାର ପ୍ରଚାର

by Voice of Victims
April 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ଦାସଙ୍କ ଦମଦାର ପ୍ରଚାର

ଭୁବନେଶ୍ବର: ଧୀରେ ଧୀରେ ଓଡିଶାରେ ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ତେବେ ଏହି ପ୍ରଚାର ବର୍ତ୍ତମାନ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବେଶ ଗରମ ହୋଇଛି। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉଛି। ସେମାନେ ହେଲେ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଭୟ ପ୍ରଚାରକୁ ପ୍ରଭାବଶାଳୀ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି। ତେବେ ଗତକାଲି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଶାଳ ରାଲି କରି ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛନ୍ତି। ସେ ଆଠମଲ୍ଲିକରେ ଦେବୀ ମାହେଶ୍ବରୀଙ୍କ ଆର୍ଶିବାଦ ନେଇ ପ୍ରଚାର ଆରମ୍ଭ କରିଥିଲେ। ସେ ହଜାର ହଜାର ସମର୍ଥକଙ୍କ ସହିତ ଆଠମଲ୍ଲିକ ଏବଂ ଛେଣ୍ଡିପଦାରେ ବିଶାଳ ରାଲି କରି ଲୋକଙ୍କ ଆର୍ଶିବାଦ ନେଇଛନ୍ତି। ପ୍ରଣବ ପ୍ରକାଶ ଆଠମଲ୍ଲିକରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ। ସେଥିରେ ତାଙ୍କ ସହିତ ଯୋଗଦେଇଥିଲେ ଅଠମଲ୍ଲିକର ବିଜେଡି ବିଧାୟକ ପ୍ରାର୍ଥୀ ନଳୀକାନ୍ତ ପ୍ରଧାନ। ଏହାପରେ ପ୍ରଣବ ପ୍ରକାଶ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ସେଠାରେ ସେ ମା ବାୟାଣୀଙ୍କୁ ଦର୍ଶନ କରି ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ଛେଣ୍ଡିପଦାରେ ମଧ୍ୟ ପ୍ରଣବଙ୍କୁ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ନେଇ ଭୋଟ ଭିକ୍ଷା କରିଥିଲେ। ପ୍ରାର୍ଥୀ ହେବା ପରେ ପ୍ରଣବ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ପ୍ରଚାରରେ ଯାଇଥିଲେ। ଫଳରେ ସେଠାର କର୍ମି ମହଲରେ ବେଶ ଉତ୍ସାହ ଭରି ଯାଇଥିଲା। ସବୁଆଡେ ପ୍ରଣବଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା। ତାଙ୍କ ସହିତ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Post Views: 34
Share199Tweet125Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In