• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେପି ସରକାର ଅହଙ୍କାରରେ ଫାଟି ପଡ଼ୁଛି : ତାରା

by Voice of Victims
July 11, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେପି ସରକାର ଅହଙ୍କାରରେ ଫାଟି ପଡ଼ୁଛି : ତାରା

ଭୁବନେଶ୍ୱର: ଭୁବନେଶ୍ବର: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡିଯିବା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ବିଶ୍ବର ସମସ୍ତ ଜଗନ୍ନାଥପ୍ରେମୀ ମର୍ମାହତ, ଦୁଃଖିତ ଏବଂ ଲଜ୍ଜିତ । ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଦାୟିତ୍ବହୀନ କହି ତୀବ୍ର ନିନ୍ଦା କରିଛି ବିରୋଧୀ  କଂଗ୍ରେସ ।  ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, “ବଡ଼ ଠାକୁର ଖସି ପଡ଼ିବା ଘଟଣା ସାଧାରଣ ନୁହେଁ । ଯିଏ ଏହାକୁ ସାଧାରଣ ବୋଲି କହୁଛନ୍ତି, ତାଙ୍କର ଗର୍ବ ଅହଙ୍କାର ବଢ଼ି ଗଲାଣି । ବିଜେପି ସରକାର ଅହଙ୍କାରରେ ଫାଟି ପଡ଼ୁଛି । ଏହା କେବଳ ନିନ୍ଦନୀୟ ଘଟଣା ନୁହେଁ, ସାରା ରାଜ୍ୟ ପାଇଁ ଏକ ଅଶୁଭ ସଙ୍କେତ । ଆଗକୁ କଣ ଯେ ହେବ କିଛି ଅନୁମାନ କରିହେଉନି । ଏହାର ତଦନ୍ତ ହେଉ । ହାଇକୋର୍ଟର ଜଣେ କାର୍ୟ୍ୟରତ ବିଚାରପତିଙ୍କ ତତ୍ବାବଧାନରେ ତଦନ୍ତ ହେଉ । କେତେଜଣ ସେବାୟତ ରଥରେ ରହିବା ଆବଶ୍ୟକ ରହିଛି, କେତେଜଣ ରହିଥିଲେ, କଣ ପାଇଁ ଏଭଳି ଅଘଟଣ ଘଟିଲା, ସେସବୁର ତଦନ୍ତ ହେଉ ।” ତେବେ ମହାପ୍ରଭୁଙ୍କ ରଥଯାତ୍ରାରେ ଏଭଳି ମନମୁଖୀ କାର୍ୟ୍ୟକଳାପ ଆମେ ବିଧାନସଭାରେ ମଧ୍ୟ ଉଠାଇବୁ ବୋଲି କହିଛନ୍ତି ତାରା ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In