• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

by Voice of Victims
January 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ। ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିକାଶର ନୂତନ ଦିଗ ଆରମ୍ଭ ହୋଇଥିଲା। ଏହି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଜନତାଙ୍କୁ ନିବେଦନ କରୁଛୁ । ଫଳରେ ଦେଶରେ ସ୍ଥିର ବିକାଶ ହୋଇପାରିବ । ସମର୍ଥନ, ବିକାଶ, ବିଶ୍ୱାସ ଏବଂ ଦେଶରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ଉଦ୍ୟମକୁ ଆଗକୁ ବଢ଼ାନ୍ତୁ। କାନ୍ଥରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଦଳର ପ୍ରତିବଦ୍ଧତା ଏବଂ ସଂକଳ୍ପର ପ୍ରତୀକ ଅଟେ। ଦଳ ଦେଇଥିବା ପ୍ରତିଶ୍ରୁତି ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯିବ। ମୋଦିଜୀଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଥିବା ‘କାନ୍ଥ ଲିଖନ’ ଅଭିଯାନ ପ୍ରତ୍ୟେକ କାର୍ଯ୍ୟକର୍ତା ସଫଳ କରିବା ଉଚିତ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜାରାଣୀ ମଣ୍ଡଳର ସଭାପତି ଅମରଜ୍ୟୋତି ଜଗଦେବ, ଦିଲୀପ ବେହେରା, କୁନ୍ତଳା ସାହୁ, ସିଦ୍ଧାର୍ଥ ଦାସ, ସ୍ୱୟମ୍ଭୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In