• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଝାଡଖଣ୍ଡର ବିଜେପି ଲଢିବ ୬୮ଟି ଆସନ

by Voice of Victims
October 18, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଝାଡଖଣ୍ଡର ବିଜେପି ଲଢିବ ୬୮ଟି ଆସନ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଆଜି ବିଜେପି ଏବଂ ଆଜସୁ ରାଞ୍ଚିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବାଣ୍ଟିବା ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ଏନଡିଏ ମଧ୍ୟରେ ବିଜେପି ୬୮ ଟି ଆସନରେ, ୧୦ ରେ AJSU, ୨ ରେ JDU ଏବଂ LJP (ରାମ ବିଲାସ) ଦଳ ୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।ନିର୍ବାଚନ ପାଇଁ ସହଯୋଗୀ ଦଳ ସହିତ ବିଜେପି ଆସନ ବଣ୍ଟନ ନିଷ୍ପତ୍ତି ନେଇଛି। ବିଜେପିର ନିର୍ବାଚନ ପ୍ରଭାରୀ ଥିବା ଶିବରାଜ ସିଂ ଚୌହାନ ଏବଂ ସହ-ପ୍ରଭାରେ ଥିବା ହିମନ୍ତ ବିଶ୍ୱ ସରମା ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ତଥା ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, “ବିଜେପି, ଆଜସୁ, ଜେଡିୟୁ ଏବଂ ଏଲଜେପି ରାମ ବିଲାସ ରାଜ୍ୟରେ ଏକାଠି ନିର୍ବାଚନ ଲଢିବେ। ଆମେ ମଧ୍ୟ ଏକାଠି ପ୍ରଚାର କରିବୁ। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମା, ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, ଆଜସୁ ମୁଖ୍ୟ ସୁଦେଶ ମହତୋ ମଧ୍ୟ ଉପସ୍ଥିତ ଥିଲେ। ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅକ୍ଟୋବର ୨୮ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ପ୍ରାର୍ଥୀମାନେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ସିଟ୍ ଅଛି, ସେଥିମଧ୍ୟରୁ ୪୪ ଟି ସିଟ ଅଣସଂରକ୍ଷିତ। ଏହା ବ୍ୟତୀତ ଏସଟି ପାଇଁ ୨୮ ଟି ସିଟ୍ ଏବଂ ଏସସି ବର୍ଗ ପାଇଁ ୯ ଟି ସିଟ୍ ସଂରକ୍ଷିତ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨.୬ କୋଟି ଭୋଟର ଅଛନ୍ତି।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In