• About Us
  • Contact Us
Saturday, April 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

by Voice of Victims
April 11, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ ।  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି। ଖଡ଼ଗପୁରରେ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଏଥିରେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏପ୍ରିଲ ୨୩ ଏବଂ ୨୯ରେ ହେବାକୁ ଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୟ ପାଇଁ ଏହି ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ‘ମୋ ବୁଥ୍ ସବୁଠୁ ମଜଭୁତ’ ସ୍ଲୋଗାନ ସହ ପ୍ରତିଟି ବୁଥକୁ ସଶକ୍ତ କରିବା ଏବଂ ଘରକୁ ଘର ବୁଲି ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ନେତାମାନେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ବୁଥ୍ ପରିଚାଳନା ଏବଂ ଭୋଟରଙ୍କୁ ଆକୃଷ୍ଟ କରିବାର କୌଶଳ ସମ୍ପର୍କରେ ସେମାନେ ପଶ୍ଚିମବଙ୍ଗ ବିଜେପି କର୍ମକର୍ତ୍ତାଙ୍କୁ ସହାୟତା କରିବେ। ଟିଏମସି ସରକାରର ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲୋକଙ୍କ ଆଗରେ ରଖି ‘ପରିବର୍ତ୍ତନ’ର ସ୍ଲୋଗାନ ଦେବାକୁ ନିଷ୍ପତ୍ତି ହୋଇଛି।

ସୋସିଆଲ ମିଡିଆ ମାଧ୍ୟମରେ ବିକାଶର ବାର୍ତ୍ତା ପହଞ୍ଚାଇବା ଏବଂ ବିରୋଧୀଙ୍କ ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ଯୋଜନା ହୋଇଛି। ଶିଳ୍ପର ପୁନରୁଦ୍ଧାର, ମହିଳା ସୁରକ୍ଷା ଏବଂ ଶିକ୍ଷା ସଂସ୍କାର ଭଳି ପ୍ରତିଶ୍ରୁତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି। ଖଡ଼ଗପୁରରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଞ୍ଚଳରେ ବିଜେପି ଓଡ଼ିଶା ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ୍ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ମେ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଏଥର ଏକ ବଡ଼ ଶକ୍ତି ଭାବେ ଉଭା ହେବାକୁ ପ୍ରୟାସ କରୁଛି। ୨୦୨୧ ନିର୍ବାଚନରେ ବିଜେପି ୭୭ଟି ଆସନ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ପାଇଥିଲା। ଏଥର ବହୁମତ ସହ ସରକାର ଗଢ଼ିବାକୁ ବିଜେପି ଲକ୍ଷ୍ୟ ରଖିଛି।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ
  • ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର: ବିନା ପ୍ରମାଣପତ୍ରରେ ମିଳିବ
  • ସପ୍ତାହେ ଭିତରେ ସବୁ କଲେଜରେ ICC ଗଠନ ପାଇଁ ନିର୍ଦ୍ଦେଶ
  • କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ
  • ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In