• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

by Voice of Victims
April 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି । ଇମ୍ରାନ ସୋସିଆଲ ମିଡିଆରେ ଦେଶ ବିରୋଧୀ ବିଭିନ୍ନ ପୋଷ୍ଟ କରୁଥିଲା । ମୌଳବାଦୀ ଚିନ୍ତାଧାରା ରଖୁଥିବା ଇମ୍ରାନର ଆତଙ୍କବାଦୀ ଲିଙ୍କ୍ ଥିବା ସୁରାକ୍ ପାଇ ତାକୁ ଗିରଫ କରାଯାଇଛି । ତାର ମୋବାଇଲ , ଲାପଟପ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।

ଶୁକ୍ରବାର ଯୁବକକୁ ଗିରଫ ପରେ ଭୁବନେଶ୍ୱର ଏସ୍ଡିଏଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଦିଲ୍ଲୀ ନେଇଯାଇଛି ସ୍ପେଶାଲ ଟିମ୍ । ବର୍ତ୍ତମାନ ଯାଏଁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ । ସମୟ ବିତିବା ସହିତ ଦିଲ୍ଲୀ ପୋଲିସ ଯୁବକଙ୍କ ଗିରଫ ନେଇ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ରହିଛି । ଅନ୍ୟପଟେ ଯୁବକ ଜଣକଙ୍କ କେଉଁ ସବୁ ସଂଗଠନ ସହିତ ଲିଙ୍କରେ ରହିଥିଲେ । କେଉଁ କେଉଁ ଦେଶ ବିରୋଧୀ କାମ କରୁଥିଲେ । କିପରି ସେହି ସବୁ ସଂଗଠନ ସହିତ ଜଡିତ ହେଲେ ।  ଯୁବକ ଜଣଙ୍କ ଜଣେ ଅଛନ୍ତି, ନା ତାଙ୍କ ଲିଙ୍କରେ ଆଉ କିଏ କିଏ ଅଛନ୍ତି । ଦିଲ୍ଲୀ ପୋଲିସର ପୁରା ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରାଯାଉଛି ।

Post Views: 49
Share200Tweet125Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In