ବଡ଼ଚଣା: ବିଜେପି ଦଳ ପକ୍ଷରୁ କୋରେଇ ନିକଟସ୍ଥ ଉମାପଦା ଠାରେ ମହାମିଶ୍ରଣ ସଭା ଆୟୋଜିତ ହୋଇଅଛି । ଏହି ମହାମିଶ୍ରଣ ସଭାଟି କୋରେଇ ବିଜେପି ସଭାପତିଙ୍କ ଦ୍ବାରା ପରିଚାଳିତ ହୋଇଥିଲା । କୋରେଇ ବିଧାୟକ ଆକାଶ ଦାସ ନାୟକ ଙ୍କ ସହିତ ଅନେକ ବିଜେପି କର୍ମୀ ମଧ୍ୟ ଏହି ସଭା ରେ ଯୋଗଦାନ କରିଥିଲେ ।
ବିଜେଡି ଓ କଂଗ୍ରେସ ଦଳ ର କିଛି ନେତା ଆଜି ନିଜର ଦଳ ଛାଡ଼ି ବିଜେପି ଦଳରେ ଯୋଗ ଦେଇଛନ୍ତି। ଏହି ମହାମିଶ୍ରଣ ଦ୍ବାରା ବିଜେପି ଦଳ ତାଙ୍କର ଆଗାମୀ ପଞ୍ଚାୟତ ନିର୍ବାଚନ କୁ ସୁଦୃଢ କରିବା ପ୍ରୟାସ ଜାରି ରଖିଛି।
