• About Us
  • Contact Us
Tuesday, April 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ, ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ

by Voice of Victims
April 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ, ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ

ଭୁବନେଶ୍ୱର  : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ ।  ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି ।  ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି କରାଯିବ। ସବୁ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯିବ । ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ ।

୨୭ରୁ୨୯ ଯାଏଁ ସମସ୍ତ ମଣ୍ଡଳସ୍ତରରେ ହେବ ଜନ ଆକ୍ରୋଶ ମହିଳା ପଦ ଯାତ୍ରା। ଏହା ସହ ରାଜ୍ୟର ସମସ୍ତ ମହିଳା ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ଯାଇ ମଧ୍ୟ କ୍ୟାମ୍ପେନ କରିବ ମହିଳା ମୋର୍ଚ୍ଚା । ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଂସଦରେ କାଟ ଖାଇବା ପ୍ରସଙ୍ଗରେ ପାର୍ଲିଆମେଣ୍ଟରୁ ପଞ୍ଚାୟତ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବିଜେପି । ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ।

ଏଥିସହ ମନମୋହନ କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ” ସଂସଦରେ କାଟ ଖାଇବା ଦିଗରେ କଂଗ୍ରେସ, ଟିଏମସି ଏବଂ ଅନ୍ୟ ବିରୋଧୀ ଦଳଙ୍କ ଆଚରଣ ଉଚ୍ଚାରଣ ନିନ୍ଦନୀୟ। ମହିଳାଙ୍କ ବିରୋଧରେ ଆନନ୍ଦ ମନାଇଲେ ତାହା ସମସ୍ତଙ୍କୁ କଷ୍ଟ ହୋଇଛି। ତାର ପ୍ରତିଫଳନ ଆଗକୁ ହେବ। ସେପଟେ ବିଜେପରି ସମାବେଶ ନେଇ ପ୍ରତିକ୍ରିୟା ରଖିଛି ବିଜେଡି।

ଓଡ଼ିଶାର ମାତୃଶକ୍ତି କେନ୍ଦ୍ର ସରକାରଙ୍କ ମହିଳା ଆଭିମୁଖ୍ୟକୁ ଜାଣି ସାରିଛନ୍ତି। ଭୁଲ କଥାକୁ ଘୋଡାଇବାକୁ ଉଦ୍ୟମ କରାଯାଉଛି। ସେଥିରେ ସଫଳ ହେବ ନାହିଁ ବିଜେପି। ବିଜେପିର କୁମ୍ଭୀର କାନ୍ଦଣାକୁ ଓଡ଼ିଶାର ମାତୃଶକ୍ତି ପ୍ରତ୍ୟାଖ୍ୟାନ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା ।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ
  • ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ, ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ
  • ୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ୍: ସିଇସିଙ୍କୁ ସସ୍ମିତ ପାତ୍ରଙ୍କ ଚିଠି, ପୁନର୍ବିଚାର ଦାବି
  • ବଦଳିଲେ ଖଣ୍ଡପଡା SDPO, ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ ମାମଲାରେ କାର୍ଯ୍ୟାନୁଷ୍ଠାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In