ବାଲେଶ୍ଵର (ଭିଓଭି) ୧୪/୧୧ : – ଓଡ଼ିଶା ରାଜ୍ୟ ମହିଳା ଆୟୋଗ ତରଫରୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ବାଲେଶ୍ବରର ସହଯୋଗରେ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ରେମୁଣା ବ୍ଲକ ସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକ ମାନନୀୟ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ମହିଳା ମାନଙ୍କୁ ଆଇନ୍ କାନୁନ୍ ସମ୍ବନ୍ଧରେ ସଚେତନ କରାଇଥିଲେ । ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଯୋଗଦେଇ ମହିଳା ମାନଙ୍କୁ ସାଇବର କ୍ରାଇମ୍ , ଶିଶୁ ଶ୍ରମିକ , ଏବଂ ନାରୀ ନିର୍ଯ୍ୟାତନା ପାଇଁ ଯେଉଁ ସବୁ ଆଇନ୍ ରହିଛି ସେ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ ଚେୟାରମେନ ରାଜେନ୍ଦ୍ର ରାଉତ ଏବଂ ପୂର୍ବତନ ସିଡିପିଓ ମଧ୍ୟ ଯୋଗଦେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ୍ ର ବିପିସି, ବିପିଏମ ଏବଂ ମିଶନ ଶକ୍ତି କର୍ମଚାରୀ ମାନେ ସୂଚାରୁରୂପେ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ମହିଳା ମାନେ ଯୋଗଦେଇଥିଲେ ।
