• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡଗାଁରେ ରକ୍ତଦାନ ଶିବିର; ୪୭ ୟୁନିଟ ରକ୍ତ ସଂଗ୍ରହ

by Voice of Victims
April 27, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଓଡଗାଁରେ ରକ୍ତଦାନ ଶିବିର; ୪୭ ୟୁନିଟ ରକ୍ତ ସଂଗ୍ରହ

ଓଡଗାଁ, 27/4 (ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ ଏ ସିରେ ରକ୍ତଦାନ ନିମନ୍ତେ ଉଦାହରଣ ସୃଷ୍ଟି କରିଥିବା ଜୀବନ ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ରବିବାର ସ୍ଥାନୀୟ ରାମ ସାଗର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ସଦସ୍ୟମାନେ ସ୍ଥାପନ ଦିନଠାରୁ ଠାରୁ ଏକ ବର୍ଷ ଧରି ନିରବଛିନ୍ନ ଭାବେ ଅବିଭକ୍ତ ପୁରୀ, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଆବଶ୍ୟକ ସମୟରେ ନିୟମିତ ଭାବେ ଜରୁରୀ ସମୟରେ ରକ୍ତଦାନ କରି ଆସୁଥିବା ଜଣାଯାଇଛି | ନୟାଗଡ଼ ଜିଲ୍ଲାରେ ଶତାଧିକ ଥାଲସେମିଆ ଏବଂ ସିକେଲସେଲ ରୋଗୀ ନିୟମିତ ରକ୍ତ ଗ୍ରହଣ କରୁଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ରକ୍ତ ସଂଗ୍ରହ ପ୍ରକ୍ରିୟାରେ ବାଧା ଉପୁଜିଥିଲା ।

ଏପରିସ୍ଥଳେ ପାଗର ପ୍ରତିକୂଳ ପରିସ୍ଥିତି ସତ୍ୱେ ଜୀବନ ଧାରା ସେବା ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା,ସଭ୍ୟ ଏବଂ ଜିଲ୍ଲା ବ୍ଲଡ଼ ବ୍ୟାଙ୍କର ମିଳିତ ଉଦ୍ୟମରେ ଅନୁଷ୍ଠିତ ରକ୍ତଦାନ ଶିବିରରେ 47 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନୀଳାଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବ୍ଲଡ଼ ବ୍ୟାଙ୍କର ସମସ୍ତ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପହଲଗାଁରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ନିମନ୍ତେ 2 ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା| ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସାମ୍ୱାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ୱାଦିକ ସାରସ ମିଶ୍ରଙ୍କ ସହିତ ବୁଦ୍ଧିଜୀବୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ| ଟ୍ରଷ୍ଟର ମୁଖ୍ୟ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଚନ୍ଦନ ପାତ୍ର,ସୁନୀଲ କୁମାର ଭଟ, ଗଜେନ୍ଦ୍ର, ଶ୍ରୀକାନ୍ତ ସାହୁଙ୍କ ସମେତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Post Views: 28
Share197Tweet123Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In