• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ପୁରାତନ ଛାତ୍ର ସଂସଦ ତରଫରୁ ରକ୍ତଦାନ ଶିବିର

by Voice of Victims
April 1, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ପୁରାତନ ଛାତ୍ର ସଂସଦ ତରଫରୁ ରକ୍ତଦାନ ଶିବିର

କଟକ : ଉତ୍କଳ ଦିବସ ଉପଲକ୍ଷେ ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍କୁଲ ପରିସରରେ ଆୟୋଜିତ ହେଇଯାଇଛି। ଖରାଦିନେ ରକ୍ତର ଅଭାବକୁ ଦୂର କରିବାକୁ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ ହୋଇଥାଏ। ଆଜିର ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିବାକୁ ପୁରାତନ ଛାତ୍ର, ଛାତ୍ରୀ, ସେମାନଙ୍କର ସମ୍ପର୍କୀୟ ଓ ଆଗ୍ରହୀ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ। ଏହି ଶିବିରରେ ମୋଟ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବାହ୍ନରେ ପୁରାତନ ଛାତ୍ରୀ ବିଜୟଲକ୍ଷ୍ମୀ ଦାସଙ୍କ ନେତୃତ୍ଵରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ଶିବିରକୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ବରିଷ୍ଠ ପ୍ରଶାସକ ଶ୍ରୀକାନ୍ତ ତରାଇ ଉଦ୍ଘାଟନ କରିବା ସହିତ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡଃ ସଂକର୍ଷଣ ମିଶ୍ର, ବର୍ତ୍ତମାନର ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀ, ଉପଦେଷ୍ଟା ରାଜ କିଶୋର ଦାସ ଓ ପ୍ରଭା ପଟ୍ଟନାୟକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।

ଆଜିର ଏହି ରକ୍ତଦାନ ଶିବିରରେ ଛାତ୍ର ସଂସଦର ସଭାପତି ନିଶିକାନ୍ତ ମିଶ୍ର, ସମ୍ପାଦକ ସୁବ୍ରତ ମହାନ୍ତି, ଉପ ସଭାପତି ଡାକ୍ତର ଅମିୟ ରଂଜନ ମହାପାତ୍ର, ଡାକ୍ତର ସରୋଜ କୁମାର ତ୍ରିପାଠୀ, ଯୁଗ୍ମ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥୀ, ରଶ୍ମି ରଂଜନ ସ୍ଵାଇଁ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ରାଉତ, ପୁଣ୍ୟଶ୍ଳୋକ ଦାଶ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଇଂ ବିକାଶ ଚନ୍ଦ୍ର ବେହେରା, ନିଂରଜନ ସାହୁ, ରାନୁ ଦାସ, ଦେବଦୀପ୍ତା ସ୍ଵାଇଁ, ସନ୍ଦୀପ ମହାପାତ୍ର, ସରୋଜ କୁମାର ଜେନା, ମନୋଜ ସାହୁ, କାମାକ୍ଷା ପ୍ରସାଦ ମିଶ୍ର, ରବି ନାରାୟଣ ଶତପଥୀ, ମନୋଜ କୁମାର ଶତପଥୀ, ରଶ୍ମିଧର ଦାସ, ସମୀର ପରିଜା, ପ୍ରଦୀପ୍ତ ଖୁଣ୍ଟିଆ, ସତ୍ୟବ୍ରତ ମହାପାତ୍ର, ସୁଭାଶିଷ ମହାପାତ୍ର, ମମତା ମହାନ୍ତି, କାଜଲ ମହାପାତ୍ର, କଲ୍ୟାଣ କୁମାର ଶତପଥୀ, ହରି ଚନ୍ଦନ ନାୟକ, ସୈାଭାଗ୍ୟ ରଂଜନ ଖୁଣ୍ଟିଆ, ସଂଜୀବ କୁମାର ଜେନା, ସଂଜୟ ସିଂହ, ପ୍ରବାଶ ସ୍ଵାଇଁ, ରଶ୍ମିଲତା ସାହୁ, ଶ୍ରାବଣୀ ଦାସ, ଜ୍ୟୋତିରଂଜନ ଦାସ, ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ। ପୁରାତନ ଛାତ୍ର ଡାକ୍ତର ଅନଙ୍ଗ ମୋହନ ଦ୍ଵିବେଦୀ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଯାପନ୍ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

Post Views: 156
Share210Tweet131Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In