• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼, ଦୁର୍ବୃତ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ

by Voice of Victims
June 30, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼, ଦୁର୍ବୃତ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମାଡ଼ ମରା ପ୍ରତିବାଦରେ ବିଏମ୍ସି ଅଧିକାରୀ ଓ କର୍ମଚାରୀ ଧାରଣାରେ ବସିଛନ୍ତି । ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ ଦାବି କରିବା ସହ କାମ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ ।

ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ୫ ଜଣ ଯୁବକ ରତ୍ନାକରଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତକୁ କରୁଥିଲେ ଏଡିସି ।

ତଦନ୍ତ ରିପୋର୍ଟ ଦେଲେ କି । ତା ପରେ ବିଜେପି ନେତାଙ୍କୁ ଦୁବ୍ଯବହାର କାହିଁକି କଲେ ବୋଲି କହି ୫ ଜଣ ଯୁବକ ମାଡ ମାରିବା ସହିତ ଜୋର ଜବରଦସ୍ତ ଟେକି ନେଉଥିଲେ । ଏ ଘଟଣା ପରେ ଆଇନ ଆଶ୍ରୟ ନେବେ ବୋଲି ଏଡିସି କହିଛନ୍ତି । ଦିନ ଦି ପ୍ରହରେ ପଶି ବିଏମସି କାର୍ଯ୍ଯଳୟରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ଯ କର୍ମଚାରୀମାନେ ଅସୁରକ୍ଷିତ ମଣି ଧାରଣାରେ ବସିଛନ୍ତି । ଆକ୍ରମଣ କାରୀଙ୍କୁ ଗିରଫ କରିବା ସହି ଦୁଷ୍ଟାନ୍ତମୂଳକ କାର୍ଯ୍ଯନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀ । ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ତଦନ୍ତ କରୁଛି । ସିସିଟିଭି ଫୁଟେଜ ଯାଞ୍ଚ ହେଉଛି।

Post Views: 42
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In