ରଣପୁର,୦୫/୧୧ : ନୂଆ ପୋଖରୀ ନିକଟରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଏକ ବର ଗଛରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମର ନୂଆ ପୋଖରୀ ନିକଟରେ ଥିବା ଏକ ବର ଗଛରେ ଜଣେ ଯୁବକର ମୃତ ଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଥିଲେ । ଦେଖିବା ପରେ ରାଜ ସୁନାଖଳା ପଣ୍ଡିକୁ ଖବର ଜଣାଇ ଥିଲେ ।
ଖବର ପାଇ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଜାରି କରିଥିଲେ। ତେବେ ଉଦ୍ଧାର ହେଇ ଥିବା ମୃତ ଯୁବକଟି ଢେଙ୍କାନାଳ ଜିଲ୍ଲା ଅନଳବେରଣି ଗ୍ରାମର ଉମାଜି ନାୟକଙ୍କ ପୁଅ ଆକାଶ ନାୟକ(୨୩)ବର୍ଷ ବୋଲି ଜଣାପଡିଛି।ସେ କିଛି ଦିନ ହେବ ଜଣେ ନାବାଳିକା ଯୁବତୀଙ୍କ ସହିତ ରାଜସୁନାଖଳାସ୍ଥିତ ହରିଜନ ସାହିରେ ରହି ଆସୁଥିଲେ। ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେଇ ନଥିବା ବେଳେ ପୁଅର ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବା ନେଇ। ସୂଚନା ମିଳିଛି।
