• About Us
  • Contact Us
Tuesday, May 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ

by Voice of Victims
May 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ

ରଣପୁର, ୧୭/୦୫ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡା କ୍ରସର ନିକଟରେ ଥିବା ଏକ ଖଣିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ପ୍ରତାପ କୁମାର ପାଟଶାଣୀ (୩୫), ତାଙ୍କ ଘର ଟାଙ୍ଗୀ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ଖଣି ନିକଟକୁ ଯାଇଥିବା ବେଳେ ପାଣିରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସେମାନେ ଏନେଇ ଚାନ୍ଦପୁର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିଥିଲା।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରତାପ କିଛି ଦିନ ହେଲା ଘରୁ ନିଖୋଜ ଥିଲେ। ଏନେଇ ଚାନ୍ଦପୁର ଥାନାରେ ପୂର୍ବରୁ ଏକ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା।ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ସନ୍ଦେହ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆର୍ଟ୍ ଅଫ୍ ଗିଭିଂ
  • ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ
  • କେରଳମରେ ଆଜିଠାରୁ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ
  • ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ
  • ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In