ବାଲେଶ୍ଵର ( ଭିଓଭି ) ୧୩/୭ : – ଆଜି ସକାଳେ କୋର୍ଟ ଚାଲିଥିବା ସମୟରେ ଜିଲ୍ଲା ଜଜ୍ ଙ୍କ ଇ- ମେଲ୍ ରେ କୋର୍ଟ କୁ ବୋମା ପକେଇ ଉଡେଇଦବାର ଧମକ ର ମେସେଜ ଆସିଥିଲା । ସଙ୍ଗେ ସଙ୍ଗେ ବିଚାରପତି , ଆଇନଜୀବୀ ଏବଂ ସାଧାରଣ ଲୋକ ବାହାରକୁ ଆସି ପୋଲିସ କୁ ଖବର ଦେଇଥିଲେ ।
ଖବର ପାଇ ସହଦେବ ଖୁଣ୍ଟା ର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବୋମା ନିଷ୍କ୍ରିୟକାରୀ ଙ୍କୁ ଖବର ଦେଇଥିଲେ । ଏବଂ ଯାଞ୍ଚ କରିବା ପରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥୁଲା । ମେସେଜ ଟି ଦକ୍ଷିଣ ଭାରତୀୟ ଭାଷାରେ ଏବଂ କୋର୍ଟ ର ନଥିପତ୍ର ନଷ୍ଟ କରିବା ପାଇଁ ଲେଖାଥିଲା ।
