• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସେପ୍ଟେମ୍ବର ୧୦ପର୍ଯ୍ୟନ୍ତ ଜାରି ରହିବ ବିଏସ୍‌କେୱାଇ

by Voice of Victims
August 3, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସେପ୍ଟେମ୍ବର ୧୦ପର୍ଯ୍ୟନ୍ତ ଜାରି ରହିବ ବିଏସ୍‌କେୱାଇ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଚଳିତ ହେଉଥିବା ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ଅବଧି ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ । ଏହାପରେ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସୁବିଧା ମିଳିବ । ତେବେ ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବ୍ୟୟମଞ୍ଜୁରୀ ବିଲ ପାସ୍ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ବିଏସକେୱାଇ କାର୍ଡର ରୂପରେଖ ବଦଳିଯିବ । ବିଏସକେୱାଇ କାର୍ଡ ଏଯାଏଁ ଚାଲୁ ରହିଛି । ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେ୍‌ର ୧୦ରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ, ତା ପରେ ପର୍ଯ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ପରବର୍ତ୍ତୀ ସମୟରେ ଯୋଜନା ଆସିଲେ ତାହା ଲାଗୁହେବ, ଏବେ ବିଏସକେୱାଇ ଯେମିତି ଚାଲିବା କଥା ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ୩ କୋଟି ୫୬ ଲକ୍ଷ ବିଏସକେୱାଇ କାର୍ଡଧାରୀ ଅଛନ୍ତି । ୯୫୦୯ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ସେଥିରୁ ୮ ହଜାର ୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲ ଅନୁବନ୍ଧିତ ଅଛନ୍ତି । ୨୦୧୮ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ପୂର୍ବତନ ବିଜେଡି ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗତ ୫ବର୍ଷ ମଧ୍ୟରେ ଖର୍ଚ୍ଚ ୭୬ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସେହି ଆର୍ôଥକ ବର୍ଷରେ ୪୧ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୩୨୦୪ କୋଟି ଟଙ୍କାକୁ ଟପିଯାଇଛି । ଏହି ଯୋଜନାରେ ୨୦୧୯-୨୦ ବର୍ଷରେ ୪୧,୨୨,୧୪,୭୩୦ ଟଙ୍କା ବ୍ୟୟ ହୋଇଥିଲା । ଏହା ପରବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ଏହା ୭୯ କୋଟି ୪୨ଲକ୍ଷ ଟଙ୍କାକୁ ଟପିଯାଇଥିଲା । ସେହିଭଳି ଏହି ଯୋଜନାର ବ୍ୟୟଭାର ୨୦୨୧-୨୨ ବର୍ଷରେ ୩୮୦ କୋଟି ଟଙ୍କା ଥିଲା । ରୋଗୀମାନଙ୍କ ଚିକିତ୍ସା ବାବଦରେ ୩୮୦,୫୭,୬୫,୪୪୫ ଟଙ୍କା ବ୍ୟୟ ହୋଇଥିଲା । ୨୦୨୨-୨୩ ବର୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଖର୍ଚ୍ଚ ୧୯୦୭ କୋଟି ଟଙ୍କାକୁ ଟପିଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୩୨୦୪ କୋଟି ୫୮ ଲକ୍ଷ ଟଙ୍କାକୁ ଅତିକ୍ରମ କରିଯାଇଛି । ଚଳିତବର୍ଷ ଆର୍ଥକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍ ଜୁନ୍ ଶେଷସୁଦ୍ଧା ଏ ବାବଦରେ ୯୭୧ କୋଟି ୧୮ଲକ୍ଷ ଟଙ୍କାରୁ ଅଧିକ ବ୍ୟୟହୋଇ ସାରିଲାଣି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ପ୍ରଥମେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଉଥିବାବେଳେ ପରବର୍ତ୍ତୀ ସମୟରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ଏହାକୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ । ଏହାପରେ ମହିଳାଙ୍କ କ୍ଷେତ୍ରରେ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ଯୋଜନାରେ ଲୋକେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ଅନେକ ଘରୋଇ ଡାକ୍ତରଖାନାରେ ଚିକିତ୍ସାସେବା ପାଇପାରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଚୁକ୍ତିବଦ୍ଧ ହୋଇଛନ୍ତି ।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In