ଭୁବନେଶ୍ୱର (ଭିଓଭି): ୭୮ ତମ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ନିକଟ ଲେକ୍-ଭ୍ୟୁ ହୋମସ୍ ଆପାର୍ଟମେଣ୍ଟ ଅନ୍ତେବାସୀ ସୋସାଇଟ ତରଫରୁ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ଆପାର୍ଟମେଣ୍ଟ ପରିସରରେ ଆୟୋଜିତ ହୋଇଥିବା ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସମସ୍ତ ଅନ୍ତେବାସୀ ପରିବାର ଓ ସୋସାଇଟ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଜାତୀୟ ସଙ୍ଗୀତ ଗାନ ପରେ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ଥିବା ଅନ୍ତେବାସୀମାନଙ୍କୁ ସ୍ଵାଧୀନତା ଆନ୍ଦୋଳନରେ ଆମ ଓଡ଼ିଆ ବୀର ଓ ଜବାନ୍ ମାନଙ୍କ ଅବଦାନ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୋସାଇଟ ପରିଚାଳନା ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
