• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ ବିପକ୍ଷରେ ଭାରତର ଧମାକାଦାର ବିଜୟ

by Voice of Victims
February 23, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଚାମ୍ପିଅନ୍ସ ଟ୍ରଫି: ପାକିସ୍ତାନ ବିପକ୍ଷରେ ଭାରତର ଧମାକାଦାର ବିଜୟ

ଦୁବାଇ : ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ରବିବାର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୬ ୱିକେଟ୍‌ର ଧମାକାଦାର ବିଜୟ ହାସଲ କରିଛି। ଭାରତର ବିଜୟରେ ଅପରାଜିତ ଶତକ ହାସଲ କରିଥିବା ବିରାଟ କୋହଲି ନାୟକ ସାଜିଛନ୍ତି। ଖୁସଦିଲ୍ ଶାହଙ୍କ ବଲ୍‌ରେ ଚୌକା ମାରି କୋହଲି ଦିନିକିଆ କ୍ୟାରିୟର୍‌ର ୫୧ତମ ଶତକ ପୂରଣ କରିବା ସହିତ ଭାରତକୁ ବିଜୟ ଦେଇଥିଲେ। ୧୧୧ ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ସେ ଅପରାଜିତ ୧୦୦ ରନ୍ କରିଛନ୍ତି। ଏକ ସମୟରେ ପାକିସ୍ତାନ କୋହଲିଙ୍କୁ ଶତକ କରାଇନେବା ପାଇଁ ଷଡ଼ଯନ୍ତ୍ର କରିଥିବା ପରି ଲାଗୁଥିଲା। ଶାହିନ୍ ଆଫ୍ରିଦି ୱାଇଡ୍ ପରେ ୱାଇଡ୍ ବଲ୍ ପକାଇଥିଲେ। ୪୩ତମ ଓଭର୍‌ରେ ଭାରତକୁ ବିଜୟ ପାଇଁ ଚାରି ରନ୍ ଏବଂ କୋହଲିଙ୍କୁ ଶତକ ପୂରଣ ପାଇଁ ୫ ରନ୍‌ର ଆବଶ୍ୟକତା ଥିଲା। ଓଭର୍‌ର ପ୍ରଥମ ବଲ୍‌ରେ କୋହଲି ଏକ ରନ୍ ନେଇଥିଲେ। ପୁଣି ପରବର୍ତ୍ତୀ ଓଭର୍‌ରେ ଅକ୍ଷର ଗୋଟିଏ ରନ୍ ନେଇଥିଲେ। ତୃତୀୟ ବଲ୍‌ରେ କୋହଲି ଚୌକା ମାରି ଶତକ ପୂରଣ କରିଥିଲେ। ଦୁବାଇ ଇଣ୍ଟରନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ୪୯.୪ ଓଭର୍‌ରେ ୨୪୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଜବାବରେ ଭାରତ ୪୨.୩ ଓଭର୍‌ରେ ୪ ୱିକେଟ୍ ହରାଇ ୨୪୪ ରନ୍ କରିଛି। ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୬ ୱିକେଟ୍‌ରେ ହରାଇଥିଲା। ଏହି ବିଜୟ ଫଳରେ ଭାରତର ସେମିଫାଇନାଲ୍‌ରେ ସ୍ଥାନ ହାସଲ କରିଛି। ଅନ୍ୟପକ୍ଷରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିବା ଆୟୋଜକ ପାକିସ୍ତାନର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଭାରତ ନିଜର ପରବର୍ତ୍ତୀ ଲିଗ୍ ମ୍ୟାଚ୍ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଲକ୍ଷ୍ୟର ପିଛା କରୁଥିବା ଭାରତକୁ ପଞ୍ଚମ ଓଭର୍‌ରେ ପ୍ରଥମ ଝଟ୍‌କା ଲାଗିଥିଲା। କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କୁ ଶାହିନ୍ ଆଫ୍ରିଦି କ୍ଲିନ୍ ବୋଲ୍ଡ ଆଉଟ୍ କରିଥିଲେ। ରୋହିତ ୧୫ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୦ ରନ୍ କରିଥିଲେ। ରୋହିତଙ୍କ ଆଉଟ୍ ବେଳକୁ ସ୍କୋର୍ ୩୧ ରନ୍ ଥିଲା। ଏହାପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଇନିଂସ୍ ସମ୍ଭାଳିଥିଲେ। ଦୁହିଁଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍‌ର ଭାଗୀଦାରି ହୋଇଥିଲା। ତେବେ ଶୁଭମନ୍ ଗିଲ୍‌ଙ୍କୁ ଆଉଟ୍ କରି ଲେଗ୍ ସ୍ପିନର୍ ଅବରାର୍ ଅହମଦ ଏହି ଭାଗୀଦାରିରେ ଅନ୍ତ ଘଟାଇଥିଲେ। ଗିଲ୍ ୫୨ ବଲ୍‌ରେ ସାତ ଚୌକା ସହାୟତାରେ ୪୬ ରନ୍ କରିଥିଲେ। ଗିଲ୍‌ଙ୍କ ଆଉଟ୍ ପରେ କୋହଲିଙ୍କ ସହ ଶ୍ରେୟସ୍ ଆୟର୍ ଇନିଂସ୍ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୧୪ ରନ୍‌ର ଚମତ୍କାର ଭାଗୀଦାରି ହୋଇଥିଲା। ଏହି ଅବସରରେ କୋହଲି ୬୨ ବଲ୍‌ରେ ଚାରି ଚୌକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଶ୍ରେୟସ୍ ୫୬ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟସ୍‌ଙ୍କ ୬୭ ବଲ୍‌ର ଇନିଂସ୍‌ରେ ପାଞ୍ଚ ଚୌକା ବ୍ୟତୀତ ଗୋଟିଏ ଛକା ସାମିଲ ଥିଲା। ଶ୍ରେୟସ୍‌ଙ୍କୁ ଖୁସ୍‌ଦିଲ୍ ଶାହ ଇମାମ୍ ଉଲ୍ ହକ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଶ୍ରେୟସ୍‌ଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା (୮) ଶସ୍ତାରେ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ୩ ରନ୍ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଶାହିନ୍ ଆଫ୍ରିଦି ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଖୁସ୍‌ଦିଲ୍ ଶାହ ଓ ଅବରାର ଅହମଦ ୧-୧ ସଫଳତା ପାଇଥିଲେ। ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ ନେଇଥିବା ପାକିସ୍ତାନ ସତର୍କତାର ସହ ଆରମ୍ଭ କରିଥିଲା। ବାବର ଆଜମ୍ ଓ ଇମାମ୍ ଉଲ୍ ହକି ପ୍ରଥମ ୱିକେଟ୍ ପାଇଁ ୪୧ ରନ୍‌ର ଭାଗୀଦାରି କରିଥିଲେ। ମହମ୍ମଦ ଶମୀ ମଧ୍ୟ ଦିଶାହୀନ ବୋଲିଂ କରି ଭାରତର କାମ କଷ୍ଟକର କରିଥିଲେ। ଶମୀ ମ୍ୟାଚ୍‌ର ପ୍ରଥମ ଓଭର୍‌ରେ ପାଞ୍ଚ ୱାଇଡ୍ ବଲ୍ ପକାଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ନବମ ଓଭର୍‌ର ଦ୍ୱିତୀୟ ବଲ୍‌ରେ ବାବର୍ ଆଜମ୍‌ଙ୍କୁ ୱିକେଟ୍‌କିପର୍ କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ବାବର ୨୬ ବଲ୍‌ରେ ପାଞ୍ଚ ଚୌକା ସହାୟତାରେ ୨୩ ରନ୍ କରିଥିଲେ। ପରେ ଅନ୍ୟତମ ଓପ୍ନର୍ ଇମାମ୍ ଉଲ୍ ହକ୍ (୧୦)ଙ୍କୁ ଅକ୍ଷର ପଟେଲ୍ ରକେଟ୍ ଥ୍ରୋ’ରେ ରନ୍‌ଆଉଟ୍ କରିଥିଲେ। ୪୭ ରନ୍‌ରେ ଦୁଇଟି ୱିକେଟ୍‌ର ପତନ ପରେ କ୍ୟାପ୍‌ଟେନ୍ ମହମ୍ମଦ ରିଜ୍‌ୱାନ୍ ଓ ସଉଦ୍ ଶକିଲ୍ ଇନିଂସ୍ ସମ୍ଭାଳି ତୃତୀୟ ୱିକେଟ୍ ପାଇଁ ୧୦୪ ରନ୍‌ର ଭାଗୀଦାରି କରିଥିଲେ। ଶକିଲ୍ ଏହି ଅବସରରେ ୪ ଚୌକା ସହାୟତାରେ ୬୩ ବଲ୍‌ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଅକ୍ଷର ପଟେଲ୍ ଏକ ଉନ୍ନତ ବଲ୍‌ରେ ରିଜ୍‌ୱାନ୍‌ଙ୍କୁ ବୋଲ୍ଡ ଆଉଟ୍ କରି ଏହି ଶତକୀୟ ଭାଗୀଦାରିରେ ବ୍ରେକ୍ ଲଗାଇଥିଲେ। ରିଜ୍‌ୱାନ୍ ତିନି ଚୌକା ସହାୟତାରେ ୭୭ ବଲ୍‌ରୁ ୪୬ ରନ୍ କରିଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ସଉଦ୍ ଶକିଲ୍‌ଙ୍କୁ ଆଉଟ୍ କରି ଭାରତୀୟ ଟିମ୍‌କୁ ବଡ଼ ବଡ଼ ସଫଳତା ଦେଇଥିଲେ। ଶକିଲ୍ ୭୬ ବଲ୍‌ରେ ପାଞ୍ଚ ଚୌକା ବଳଦରେ ୬୨ ରନ୍ କରିଥିଲେ। ପରେ ତୟବ୍ ତାହିର (୪)ଙ୍କୁ ରବୀନ୍ଦ୍ର ଜାଡ଼େଜା ବୋଲ୍ଡ ଆଉଟ୍ କରି ପ୍ୟାଭିଲିୟନ୍ ଫେରାଇଥିଲେ। ପାକିସ୍ତାନ ୧୫ ରନ୍‌ରେ ତିନିଟି ୱିକେଟ୍ ହରାଇବା ଫଳରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରେ ଚାଇନାମ୍ୟାନ୍ କୁଲଦୀପ୍ ଯାଦବ ପାକିସ୍ତାନ ଭାଇସ୍ କ୍ୟାପ୍‌ଟେନ୍ ସଲମାନ୍ ଆଗା (୧୯) ଓ ଶାହିନ୍ ଆଫ୍ରିଦି (୦)ଙ୍କୁ ଲଗାତାର ବଲ୍‌ରେ ଆଉଟ୍ କରି ସ୍କୋର୍ ୭ ୱିକେଟ୍‌ରେ ୨୦୦ ରନ୍ କରିଥିଲେ। ନସିମ୍ ଶାହ ୧୪ ରନ୍ କରି କୁଲଦୀପ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ହାରିସ୍ ରଉଫ୍ ୮ ରନ୍ କରି ରନ୍‌ଆଉଟ୍ ହେବା ଫଳରେ ପାକିସ୍ତାନ ସ୍କୋର୍ ୯ ୱିକେଟ୍‌ରେ ୨୪୧ ରନ୍ ହୋଇଥିଲା। ଏହାପରେ ଖୁସ୍‌ଦିଲ୍ ଶାହ ୫୦ତମ ଓଭର୍‌ର ଚତୁର୍ଥ ବଲ୍‌ରେ ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ। ଫଳରେ ପାକିସ୍ତାନ ୪୯.୪ ଓଭର୍‌ରେ ୨୪୧ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଖୁସ୍‌ଦିଲ୍ ୩୯ ବଲ୍‌ରେ ୩୮ ରନ୍ କରି ପାକିସ୍ତାନକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ। ଭାରତ ପକ୍ଷରୁ କୁଲଦୀପ୍ ଯାଦବ ସର୍ବାଧିକ ତିନିଟି ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁଇଟି ସଫଳତା ମିଳିଥିଲା। ଅକ୍ଷର ପଟେଲ୍‌, ହର୍ଷିତ ରାଣା ଓ ରବୀନ୍ଦ୍ର ଜାଡ଼େଜା ୧-୧ ୱିକେଟ୍ ନେଇଥିଲେ।

Post Views: 122
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In