• About Us
  • Contact Us
Monday, June 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍ନାନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

by Voice of Victims
June 29, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ସ୍ନାନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

ପୁରୀ : ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ ହେଲେ ଜଗତ ଠାକୁର। ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଶ୍ରଦ୍ଧାଳୁ । ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଆଜି ଭୋର୍‌ ୫ରୁ ପହଣ୍ଡି ହୋଇ ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି । ଅପରାହ୍ଣ ୪ରୁ ହାତୀବେଶ ହେବା ପରେ ସନ୍ଧ୍ୟା ସାଢ଼େ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।

ସୋମବାର ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ।

ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନର ସୁଯୋଗ ମିଳିବ । ରାତି ୧୦ଟା ବେଳକୁ ହାତୀ ବେଶ ମଇଲମ ହେବ। ରାତି ସାଢ଼େ ୧୧ଟାରୁ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟା ବେଳକୁ ସୁନାଚିତା ଓ ରାହୁରେଖା ମଇଲମ କରାଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି ।

ସୁରକ୍ଷା ପାଇଁ ୪ ଜଣ ଏସ୍‌ପି/କମାଣ୍ଡାଣ୍ଟ, ୪୬୦ ଅଧିକାରୀଙ୍କ ସମେତ ୭୯ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଛନ୍ତି । ୧୪ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ, ୮୩ ଇନ୍ସପେକ୍ଟର, ୧୦୫ ଏସ୍‌ଆଇ/ଏଏସ୍‌ଆଇ ଦାୟିତ୍ବରେ ରହିବେ। ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଭିତରେ ୧୫୨, ଚତୁଃପାର୍ଶ୍ବରେ ୨୫୦ ଓ ବଡ଼ଦାଣ୍ଡରେ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ଶେଖ ହସିନା ଫେରିବେ ବାଂଲାଦେଶ! ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଲେ ମନର କଥା
  • ଆସାମରେ ବନ୍ୟା ବିତ୍ପାତ, ୨୨ ହଜାର ପ୍ରଭାବିତ, ଅମିତ ଶାହ ଦେଲେ ସହାୟତା କରିବାର ପ୍ରତିଶ୍ରୁତି
  • ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ
  • ନୟାଗଡ଼ ଜିଲ୍ଲାପାଳଙ୍କ ରଣପୁର ବ୍ଲକରେ ଜନ ଶୁଣାଣି ଶିବିର ଅନୁଷ୍ଠିତ
  • ସେସେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In