• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

by Voice of Victims
June 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁରୀରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀରେ ବର୍ଷା ଓ ପବନ ଯୋଗୁଁ ପୁରୀରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ।ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କଲା।ସମଙ୍ଗ ଅସ୍ଥାୟୀ ବସ୍‌ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।

ତେବେ ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରି ରାଜଧାନୀ ଭୁବନେଶ୍ୱର ଫେରୁଥିଲେ। କିନ୍ତୁ ହେଲିକପ୍ଟରଟି ଭୁବନେଶ୍ୱର ଆକାଶମାର୍ଗ ନିକଟରେ ପହଞ୍ଚିବା କ୍ଷଣି ହଠାତ୍ ପାଗ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଆକାଶରେ ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯାଇଥିଲା, ଯାହା ଫଳରେ ରନୱେ ଦେଖାଯାଇନଥିଲା । ମଝି ଆକାଶରେ ବିପଦକୁ ଆଗୁଆ ଆକଳନ କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ୍ ତୁରନ୍ତ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିବା ନିଷ୍ପତ୍ତିକୁ ବାତିଲ କରିଥିଲେ।

ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରି ଚପର୍‌କୁ ସିଧାସଳଖ ପୁରୀ ଡାଇଭର୍ଟ କରାଯାଇଥିଲା, କାରଣ ସେହି ସମୟରେ ପୁରୀର ପାଗ ସ୍ଥିର ଥିଲା ।  ପୁରୀ ହେଲିପ୍ୟାଡରେ ହେଲିକପ୍ଟରଟି ଅତି ସୁରକ୍ଷିତ ଭାବେ ଅବତରଣ କରିଥିଲା ।  “ଭୁବନେଶ୍ୱରରେ ହଠାତ୍ ସୃଷ୍ଟି ହୋଇଥିବା କାଳବୈଶାଖୀ ଝଡ଼ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିଲା ।  ମୁଖ୍ୟମନ୍ତ୍ରୀ, ପାଇଲଟ୍ ଏବଂ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

Post Views: 154
Share201Tweet126Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In