• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଦିଲ୍ଲୀରେ ଓଡ଼ିଶା କ୍ୟାଡ଼ର ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

by Voice of Victims
July 28, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦିଲ୍ଲୀରେ ଓଡ଼ିଶା କ୍ୟାଡ଼ର ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣଗାଳୟ ଅଧୀନରେ କାମ କରୁଥିବା ଉଚ୍ଚ ପଦାଧିକାରୀଙ୍କର ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ଆଜି ଓଡ଼ିଶା ଭବନରେ କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଶା କାଡ଼ର୍ ଅଧିକାରୀ ମାନଙ୍କ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇଥିଲେ । ନୀତି ଆୟୋଗର ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଯେଉଁ ସବୁ ପ୍ରସ୍ତାବ ରଖିଥିଲେ ସେସବୁ ତ୍ୱରିତ କର୍ଯ୍ୟନ୍ୱୟନ ପାଇଁ ସେ ଏହି ଅଧିକାରୀମାନଙ୍କ ସହଯୋଗ ଲୋଡି ଥିଲେ । ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆ ଯାଇଛି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଏହି ସ୍ୱତନ୍ତ୍ର ଧ୍ୟାନ ଓଡ଼ିଶା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ସମସ୍ତଙ୍କ ସହଯୋଗରେ ଓଡ଼ିଶା ନିଶ୍ଚୟ ତାର ଅଭିଳଷୀତ ଲକ୍ଷ୍ୟ ହାସଲ କରି ପାରିବ । ନୀତି ଆୟୋଗର ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକରେ ମୁଁ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ କାମନା କରିଛି । ଯେଉଁ ଯେଉଁ କ୍ଷେତ୍ର ପାଇଁ ଆମକୁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ସେଗୁଡିକ ହେଲା ବନ୍ଦର ଭିତ୍ତିକ ବିକାଶ ଇଣ୍ଡଷ୍ଟ୍ରିଆଲ କରିଡର ଓ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ, ରେଲୱେ ଓ ଏୟାରପୋର୍ଟ ଭିତ୍ତିଭୂମି ସ୍ଥାପନ ପାଇଁ ଅଧିକ ଅର୍ଥର ବରାଦ ଏବଂ ଆବଶ୍ୟକ ମଞ୍ଜୁରି, ପ୍ରାକୃତିକ ବିପର୍ଯ୍ୟୟ ସହଣିୟ ଭିତ୍ତିଭୂମିର ବିକାଶ ପାଇଁ ସହାୟତା, ସବୁଜ ଅର୍ଥନୀତିର ବିକାଶ ପାଇଁ ହାଇଡ୍ରୋ ଷ୍ଟୋଟେଜ ପ୍ଲାଣ୍ଟ ଓ ସୋଲାର ପ୍ରକଳ୍ପ ପାଇଁ ସହାୟତା, ଫାଇନାନସିଆଲ ଇନକଲୁଜନ ବା ଆର୍ôଥକ ଅନ୍ତର୍ଭୁକ୍ତୀ କରଣ ପାଇଁ ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳରେ ବ୍ୟାଙ୍କ୍ ଶାଖା ଓ ଏଟିଏମ ପ୍ରତିଷ୍ଠା, ଖଣିଜ ଶିଳ୍ପର ବିକାଶ ପାଇଁ ସହଯୋଗ, ରେଳ ନେଟୱର୍କ ର ବିକାଶ, ବୈଦେଶିକ ପୁଞ୍ଜି ଓ ସେମି କଣ୍ଡକ୍ଟର ପରି ଆଧୁନିକ ଶିଳ୍ପର ବିକାଶ ପାଇଁ ସହଯୋଗ, ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟକୁ ଅଧିକ ପ୍ରୋତ୍ସାହନ ଓ ଆହୁରି ଅନେକ ପ୍ରସ୍ତାବ । ଏକ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଏହି ସବୁ କ୍ଷେତ୍ରରେ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଳିକ୍ଷ୍ଠ ଅବଦାନ ଆଶା କରୁଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏଥିପାଇଁ କେବଳ ସରକାରୀ ପ୍ରୟାସ ଯଥେଷ୍ଟ ନୁହେଁ । ଏଥିପାଇଁ ସମାଜର ସବୁ ସ୍ତରରେ ସହଯୋଗ ଆବଶ୍ୟକ । ସେ କହିଥିଲେ ଯେ ନବଗଠିତ ଓଡିଶା ସରକାର ଜୁଲାଇ ୨୫ ତାରିଖରେ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବରେ ସେ ଏହି ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟ୍ ପ୍ରସ୍ତୃତି ପ୍ରକ୍ରିୟାରେ ସମାଜର ବିଭିନ୍ନ ବର୍ଗ ଯଥା ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବର୍ଗର ପ୍ରତିନିଧି ସାମିଲ ରହି ସେମାନଙ୍କ ର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ । ଏହା ସହିତ ଅନଲାଇନ ଜରିଆରେ ମଧ୍ୟ ପ୍ରାୟ ୧୨ ହଜାରରୁ ଊର୍ଦ୍ଧ୍ୱ ମତାମତ ଆସିଥିଲା । ଏହା ପୂର୍ବ ବର୍ଷ ଅପେକ୍ଷା ୬ ଗୁଣ ଅଧିକ । ତେଣୁ ଆମର ଏହି ବଜେଟରେ ଲୋକଙ୍କ ମତାମତ ପ୍ରତିଫଳିତ ହୋଇଛି । ଆମ ବଜେଟ୍ ବାସ୍ତବରେ ଲୋକଙ୍କ ବଜେଟ୍ ଭାବରେ ଜନ ସାଧାରଣଙ୍କ ସ୍ୱୀକୃତି ପାଇଛି । ଏହା ଏକ ଲୋକାଭିମୁଖୀ ବଜେଟ୍ ଉପସ୍ଥାପନା ହୋଇଛି । ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ଏହା ଆଦୃତ ହୋଇ ପାରିଛି । ଆମ ସରକାର ‘ଲୋକଙ୍କ ସରକାର’ ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିକଶିତ ଓଡିଶା ର ପରିକଳ୍ପନା ଓ ରୂପରେଖ ନିର୍ଦ୍ଧାରଣ ପାଇଁ ସମାଜର ସବୁ ବର୍ଗର ସୁଚିନ୍ତିତ ମତାମତ ସବୁବେଳେ ସ୍ୱାଗତ ଯୋଗ୍ୟ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ଓଡିଶାର ଅଧିକାରୀ ମାନଙ୍କର ସହଯୋଗ ଆମ ଉଦ୍ୟମକୁ ବାସ୍ତବ ରୂପ ଦେବାରେ ସହାୟକ ହେବ ବୋଲି ତାଙ୍କର ଦୁଢ ଆଶା ଓ ବିଶ୍ୱାସ ରହିଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ବିଶେଷକରି ଯେଉଁ ମାନେ ବିଭିନ୍ନ ପ୍ରକଳ୍ପର ମଞ୍ଜୁରି ପ୍ରଦାନ କରିଥାନ୍ତି ଯଥା ଜଙ୍ଗଲ ଓ ପରିବେଶ, ଶିଳ୍ପ ରେଳବାଇ ଓ ସିଭିଲ ଏଭିଏସନ ଏବଂ ଯେ କୌଣସି ମନ୍ତ୍ରାଳୟ ଯେଉଁଠି ଓଡ଼ିଶା କାଡ଼ର୍ ର ଅଧିକାରୀ ମାନେ ଅଛନ୍ତି, ସେମାନଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।ଆପଣ ମାନଙ୍କର (କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା ଓଡ଼ିଶା କାଡ଼ରର ଅଧିକାରୀ ମାନେ) ଗଠନମୂଳକ ମତାମତ ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଆମ ସରକାରଙ୍କ ଦ୍ୱାର ସଦାସର୍ବଦା ଉନ୍ମୁକ୍ତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଆମେ ଆହୁରି ଅନେକ ଥର ବିଚାର ବିମର୍ଷ କରିବା ଏବଂ ଏକମନ ହୋଇ ବିକଶିତ ଓଡିଶାର ପରିକଳ୍ପନାକୁ ବାସ୍ତବ ରୂପ ଦେବା ବୋଲି ସେ କହିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ କାର୍ଯ୍ୟ କରୁଥିବା ଓଡ଼ିଶା କାଡ଼ର୍ ଅଧିକାରୀ ଏବଂ ଓଡ଼ିଆ ଅଧିକାରୀ ମାନେ ଯୋଗ ଦେଇ ଓଡ଼ିଶାର ବିକାଶ ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In