• About Us
  • Contact Us
Saturday, August 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମାଉଣ୍ଟ ଏଭରେଷ୍ଟର ପର୍ଯ୍ୟଟନ ସ୍ଥଳୀକୁ ବନ୍ଦକଲା ଚୀନ

by Voice of Victims
January 7, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ମାଉଣ୍ଟ ଏଭରେଷ୍ଟର ପର୍ଯ୍ୟଟନ ସ୍ଥଳୀକୁ ବନ୍ଦକଲା ଚୀନ

ନୂଆଦିଲ୍ଲୀ: ତିବ୍ଦତର ଡିଙ୍ଗରି କାଉଣ୍ଟିରେ ଭୟଙ୍କର ଭୂମିକମ୍ପ ପରେ ଚୀନ ମଙ୍ଗଳବାର ମାଉଣ୍ଟ ଏଭରେଷ୍ଟର କିଛି ଅଂଶକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦେଇଛି। ଏହି ଅଞ୍ଚଳ ମାଉଣ୍ଟ କ୍ୟୁମୋଲଙ୍ଗମା ନାମରେ ମଧ୍ୟ ଜଣାଯାଏ। ଡିଙ୍ଗରି ବିଶ୍ୱର ସର୍ବୋଚ୍ଚ ଶିଖରର ବେସ୍ କ୍ୟାମ୍ପ୍। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଚୀନ ସମୟ ଅନୁସାରେ ସକାଳ ୯ଟା ୫ରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଥିଲା। ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଲଗାତର ୬ ଥର ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଞ୍ଚଳିକ ବିପର୍ଯ୍ୟୟ ପ୍ରଶମନ ମୁଖ୍ୟାଳୟ ଅନୁଯାୟୀ, ଭୂମିକମ୍ପରେ ୯୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ ଜଣ ଆହତ ହୋଇଛନ୍ତି। ମାଉଣ୍ଟ ଏଭରେଷ୍ଟର ଏହି ପର୍ଯ୍ୟଟନସ୍ଥଳୀରେ ହୋଟେଲ ବିଲ୍ଡିଂ ଏବଂ ଆଖପାଖର ଅଞ୍ଚଳ ରହିଛି। ଭୂମିକମ୍ପ ନେଟୱାର୍କ କେନ୍ଦ୍ର ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଆସିଥିଲା। ଚୀନ୍-ନେପାଳ ସୀମାରେ ରହିଛି ମାଉଣ୍ଟ ଏଭରେଷ୍ଟ। ଏହାର ଉତ୍ତର ଭାଗ ତିବ୍ଦତରେ ଅବସ୍ଥିତ। ଚୀନ୍ ଏହାକୁ ଜିଜାଙ୍ଗ କହିଥାଏ। ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ ଡିଙ୍ଗରିର ତାପମାତ୍ରା ମାଇନସ୍ ୧୮ ଡିଗ୍ରୀ ସେଲସିୟସରୁ ଶୂନ ପର୍ଯ୍ୟନ୍ତ ରହିଛି। କହି ରଖୁଛୁ, ମାଉଣ୍ଟ ଏଭରେଷ୍ଟର ଚୀନ୍ ପାର୍ଶ୍ୱକୁ ୨୦୨୪ରେ ୧୩,୭୬୪ ବିଦେଶୀ ପର୍ଯ୍ୟଟକ ଆସିଥିଲେ। 

Post Views: 121
Tags: China closes Mount Everest tourist attraction
Share202Tweet127Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In