ନୟାଗଡ଼ (ଭିଓଭି): ସାରା ରାଜ୍ୟରେ ସାମ୍ବାଦିକ ମାନେ ଅବସର ପରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ତାହା ସହିତ ସାମ୍ବାଦିକତା ବୃତ୍ତି ସମୟରେ ଅସାମାଜିକ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଯାହାକୁ ନେଇ ଓଡିଶା ସାମ୍ବାଦିକ ୟୁନିଅନ ତରଫରୁ କ୍ଷୋଭ ପ୍ରକାଶ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ସହ ପେନସନର ସୁବିଧା କରାଯାଇଛି । ଅନ୍ୟ ରାଜ୍ୟମାନେ ସାମ୍ବାଦିକ ମାନଙ୍କର ପେନ୍ସନ୍କୁ ବୃଦ୍ଧି କରିବା ପ୍ରସ୍ତାବ ରଖିଛନ୍ତି । ସାମ୍ବାଦିକ ମାନଙ୍କ କଲ୍ୟାଣ ନିମିତ୍ତ ଉଦିଷ୍ଟ ବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ବଢ଼ାଇ ଚୁପ୍ଚାପ୍ ବସିଛନ୍ତି । ତେଣୁ ଓଡିଶା ସାମ୍ବାଦିକ ୟୁନିଅନ୍ ର ସଭାପତି ତଥା ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆର ସଭ୍ୟ ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ମାନଙ୍କ ପେନ୍ସନ୍ ଓ ସାମାଜିକ ସୁରକ୍ଷା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଭାବରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ତରଫରୁ ରାଜ୍ୟ ସାମ୍ବାଦିକ ୟୁନିଅନ୍ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସାମ୍ବାଦିକ ୟୁନିଅନ୍ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ଜିଲ୍ଲା ସଂପାଦକ ଗୋପାଳଚନ୍ଦ୍ର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ, ଦିନବନ୍ଧୁ ମହାନ୍ତି ଓ କ୍ଷିରୋଧ କୁମାର ପଟ୍ଟନାୟକ ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣା ପଡିଛି । ସରକାର ସାମ୍ବାଦିକ ମାନଙ୍କ ଦାବି ନଶୁଣିଲେ ଆଗାମୀ ଦିନରେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୁଚନା ମିଳିଛି ।
