• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଘନକୁହୁଡ଼ି: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

by Voice of Victims
January 21, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଘନକୁହୁଡ଼ି: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୨ଦିନ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହା ପୂର୍ବାନୁମାନ କରିଛି। ଶୀତ ଯଦିଓ ସାମାନ୍ୟ କମିବ, ମାତ୍ର ଘନକୁହୁଡି କଲବଲ କରିବ। ୨୩ତାରିଖ ପର୍ଯ୍ୟନ୍ତ ଘନକୁହୁଡ଼ିର ସମ୍ଭାବନା ଥିବାବେଳେ ଏନେଇ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୪ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି। ସେହିପରି ୨୩ ତାରିଖରେ ମଧ୍ୟ ଘନକୁହୁଡ଼ି ଦେଖାଦେବ। ଏଥିପାଇଁ ୩ ଜିଲ୍ଲା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାନ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯିବ। ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କଟକ ଏବଂ ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୨.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା। ପାରାଦ୍ୱୀପରେ ଅତି ଘନକୁହୁଡ଼ି ଦୃଶ୍ୟମାନ ହୋଇଥିବା ବେଳେ କୋରାପୁଟ, ଫୁଲବାଣୀ ଏବଂ ଚାନ୍ଦବାଲିରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି। ଏହି ସମୟରେ ବିଶେଷକରି ରାତି ୨ଟାରୁ ପୂର୍ବାହ୍ଣ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣାପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Post Views: 105
Share201Tweet126Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In