• About Us
  • Contact Us
Friday, May 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Voice of Victims
May 8, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ସହିତ ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ; ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି, ଆମର ସ୍କୁଲ କେବଳ ଶ୍ରେଣୀଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ। ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛନ୍ତି।

ଆଜିର ଦିନରେ ତୁମମାନଙ୍କ ପାଇଁ ମୋର ଛୋଟ ଉପଦେଶ ରହିବ, ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ। ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ। ଶିକ୍ଷାକୁ ସଠିକ ମାର୍ଗରେ ଉପଯୋଗ କରାଯାଉ। ଆଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି। ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେଯେ, ଦୀର୍ଘ ୧୦୦ ବର୍ଷ ଧରି ଏହି ବିଦ୍ୟାଳୟ ଖଲ୍ଲିକୋଟ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି ଏବଂ ଏହି ଶତାୟୁ ବିଦ୍ୟାଳୟରେ ପାଠ ପଢ଼ିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗାଙ୍ଗଦହଣୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ, ଜୟଯାତ୍ରା ଓ ସଫଳତାକୁ ମନେ ପକେଇ ଯଥୋଚିତ ସମ୍ମାନ କରିବା ପାଇଁ ଏହା ହେଉଛି ପ୍ରକୃତ ଅବସର । ଏହା ହେଉଛି, ଆମ ପୂର୍ବତନ ଛାତ୍ରଙ୍କ ସଫଳତାର ଜୀବନ୍ତ ପ୍ରମାଣ। ଆପଣଙ୍କ ଯାତ୍ରା ଏଠାରେ ସ୍ଥାପିତ ମୂଲ୍ୟବୋଧକୁ ପ୍ରତିଫଳିତ କରେ, ଏବଂ ଆପଣଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ଉଚ୍ଚ ଲକ୍ଷ୍ୟ ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ।ଏହା ଏକ ବ୍ୟବସ୍ଥା ଯେଉଁଥିରେ ଆମେ ପିଲାମାନଙ୍କୁ ଉତ୍ତମ ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ସମାଜ, ରାଜ୍ୟ ଏବଂ ରାଷ୍ଟ୍ର ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ପରିଚିତ କରାଉ ।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିବାକୁ ଯାଇ ସେ କହିଥିଲେ, ଜୀବନରେ ସଂଘର୍ଷକୁ କେବେ ହେଲେ ଡରିବନି । ସଂଘର୍ଷର ରାସ୍ତାରେ ହିଁ ସଫଳତା ମିଳେ। ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ। ପିଲାମାନେ, ତୁମମାନଙ୍କୁ ମୋର ଉପଦେଶ “ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ”। କଠିନ ପରିଶ୍ରମ କର, ଫଳ ନିଶ୍ଚୟ ମଧୁର ହେବ । ତୁମେମାନେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ହେବା ସହିତ ଜଣେ ଜଣେ ଦକ୍ଷ ରାଷ୍ଟ୍ର ନିର୍ମାତା ହୁଅ। ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହେଇ ଜଳ। ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ। ତୁମେମାନେ ଅମୃତର ସନ୍ତାନ। ତୁମେମାନେ ଅସାଧ୍ୟକୁ ସାଧ୍ୟ କରିପାରିବ। ସେ ବିଶ୍ୱାସ ଓ ଭରସା ମୋର ଅଛି।

ଶିକ୍ଷା ପ୍ରତି ଆମ ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି। ଚଳିତ ବର୍ଷ ବଜେଟରେ ସ୍କୁଲ ଶିକ୍ଷା ପାଇଁ 31 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ 18 ପ୍ରତିଶତ ଅଧିକ । ସବୁ ବିଭାଗ ମଧ୍ୟରେ ସ୍କୁଲ ଶିକ୍ଷା ପାଇଁ ସର୍ବାଧିକ ବ୍ୟୟ ବରାଦ କରାଯାଇଛି। ତୁମମାନଙ୍କ ସ୍କୁଲ ଭଳି ରାଜ୍ୟରେ ଥିବା 100 ବର୍ଷରୁ ପୁରୁଣା ବିଦ୍ୟାଳୟ ଗୁଡିକୁ ଐତିହ୍ୟ ବିଦ୍ୟାଳୟ ଭାବେ ପୁନରୁଦ୍ଧାର କରିବା ଆମ ସରକାରଙ୍କ ଲକ୍ଷ୍ୟ । ଏହି ‘ଐତିହ୍ୟ ବିଦ୍ୟାଳୟ’ ଅଧିନରେ ରାଜ୍ୟରେ ଥିବା 50ରୁ ଅଧିକ ପୁରୁଣା ବିଦ୍ୟାଳୟ ଗୁଡିକର ନବୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ।

ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ 8 କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚାନଥାଉଯେ, ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଂଜୁର ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 167
Share200Tweet125Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In