ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବଳପୁର ଦିହୁଡିସା଼ଇ ର ବାସିନ୍ଦା ତଥା ବରିଷ୍ଠ ପାଲା ସହକର୍ମୀ ସ୍ବର୍ଗତ ଭ୍ରମର ପ୍ରଧାନଙ୍କ ତ୍ରୟୋଦଶାହ ଉପଲକ୍ଷେ ଗତ ତା୨୩-୦୧-୨୦୨୪ରିଖ ଗୁରୁବାର ଅପରାହ୍ନରେ ସତ୍ୟବାଦୀ ପାଲା ଗାୟକ ମଣ୍ଡଳ ତରଫରୁ ଏକ ସ୍ମୃତି ଚାରଣ ସଭା ସ୍ବର୍ଗତ ପ୍ରଧାନଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଥିଲା। ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ସଭାପତି ଶ୍ରୀ ବିଶ୍ଵନାଥ ବିଶ୍ବାଳ, ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦ ର ସମ୍ପାଦକ ଲମ୍ବୋଦର ବେହେରା,ନିମାପଡା ବ୍ଲକ କଳା ସଂସ୍କୃତି ସଂଘ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ବିଶିଷ୍ଟ ଜ୍ୟୋତିର୍ବିଦ ତଥା ସାହିତ୍ୟିକ ଡଃ ଦେବୀ ପ୍ରସାଦ ମହାପାତ୍ର, ବିଶିଷ୍ଟ ପାଲା ଗାୟକ ତଥା ଶିକ୍ଷକ ଶ୍ରୀ ସଦାଶିବ ବରାଳ, ପାଲା ଗାୟକ ଶ୍ରୀ ଲକ୍ଷ୍ମୀଧର ନାୟକ, କାଳନ୍ଦୀ ଚରଣ ନାୟକ ଗୁରୁ କୁଳମଣି ବିଶ୍ଵାଳ, ପ୍ରତାପ କୁମାର ପ୍ରଧାନ, ଶ୍ରୀରାମ ସ୍ଵାଇଁ,ବିଜୟ ସ୍ଵାଇଁ, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଜୟନ୍ତ କୁମାର ବିଶ୍ବାଳ , ରବିନାରାୟଣ ବେହେରା ରବିନ୍ଦ୍ର ସାହୁ ସୁଧିର ସ୍ଵାଇଁ ଙ୍କ ସମେତ ଅନେକ ପାଲା କଳାକାର ଉପସ୍ଥିତ ରହି ସ୍ଵର୍ଗତ ଆତ୍ମାଙ୍କ ସ୍ମୃତି ଚାରଣ କରିଥିବା ସ୍ଥଳେ ଉପଦେଷ୍ଟା ଦୁର୍ଗେଶ ପ୍ରସାଦ ମିଶ୍ର କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ମଣ୍ଡଳ ସମ୍ପାଦକ ତଥା ବ୍ଲକ କଳା ସଂସ୍କୃତି ସଂଘ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।
