• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀଙ୍କ ୭୮ ତମ ସହିଦ୍ ଦିବସ ପାଳିତ

by Voice of Victims
January 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀଙ୍କ ୭୮ ତମ ସହିଦ୍ ଦିବସ ପାଳିତ

ରଣପୁର,୩୦/୧: ଆଜି ଜାନୁୟାରୀ ୩୦ ତାରିଖ ଗାନ୍ଧିଜୀ ଙ୍କ ୭୮ତମ ସହିଦ୍ ଦିବସ ସିପିଆଇ (ଏମ୍) ତରଫରୁ ରଣପୁର ସ୍ଥିତ ସହିଦ୍ ରଘୁଦିବାକର ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ରଣପୁର କୋର୍ଟ ପରିସର ରେ ଥିବା ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ଆୟୋଜକ ମାନେ ମାଲ୍ୟାର୍ପଣ କରିବା ସହ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଆଲୋଚନା ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା ଓ ସୁରେଶ ସ୍ବାଇଁ ଗାନ୍ଧୀଜୀ ଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ। ସ୍ଵାଧୀନତା ଆନ୍ଦୋଳନର ମହାନ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅହିଁଶା ନୀତି, ସ୍ଵଦେଶୀ ନୀତି, ସତ୍ୟାଗ୍ରହ ସହ ଭାତୃତ୍ବ ଓ ସାମ୍ପ୍ରଦାୟିକ ସଦ୍ଭାବ ନୀତି ରେ ସମସ୍ତ ଙ୍କୁ ଆପଣା ର କରି ପାରୁଥିଲେ। ଆମ ଦେଶରେ ବିଭିନ୍ନତା ମଧ୍ୟରେ ଏକତା କୁ ରକ୍ଷା କରିବା ପାଇଁ ସେ ସତ ଚେଷ୍ଟା କରୁଥିଲେ। ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଏକତା ଓ ଧର୍ମ ନିରପକ୍ଷତା ହିଁ ନୂଆ ଭାରତ ଗଠନ ପରିକଳ୍ପନା କୁ ସାକାର କରିପାରିବ ବୋଲି ଗାନ୍ଧୀଜୀ ପ୍ରତିଟି ମୁହୂର୍ତ୍ତ ରେ ବିଚାର କରୁଥିଲେ। ଯାହାକି ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନ ଙ୍କ ମଧ୍ୟରେ ଭାତୃତ୍ବ ପ୍ରେମ ଜାଗ୍ରତ କରି ଦେଶର ଏକତା ରକ୍ଷା ପାଇଁ ଅହରହ ସଂଗ୍ରାମ କରୁଥିଲେ। କିନ୍ତୁ ହିନ୍ଦୁ ଆତତାୟୀ ଜନ ସଙ୍ଘ ର ପ୍ରଚାରକ ନାଥୁରାମ ଗଡସେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା।

ହିନ୍ଦୁ ଆତଙ୍କି ଦ୍ଵାରା ସହିଦ୍ ହୋଇଥିବା ପିତାଜୀ ଙ୍କ ଆଦର୍ଶ ବିଶ୍ଵ ବିଦିତ। ବିଭିନ୍ନ ଦେଶରେ ଗାନ୍ଧିଆନ ଦର୍ଶନ ପ୍ରସାରିତ ହେବା ସହ ୧୪୨ ଦେଶରେ ତାଙ୍କ ନାମରେ ଆଜି ବିଭିନ୍ନ ମାର୍ଗ ଓ ସହର କୁ ନାମିତ କରାଯାଉଛି। ଠିକ୍ ସେତିକି ବେଳେ ହତ୍ୟାକାରୀଙ୍କ ଦାୟାଦ ଯଥା ସ୍ଵାଧୀନତା ଆନ୍ଦୋଳନ ବିପକ୍ଷ ରେ ଥିବା ସଂଘ ପରିବାର ର ପରାମର୍ଶରେ ଚାଲୁଥିବା ବିଜେପି ସରକାର ଗାନ୍ଧୀ ବିଚାର ଓ ଦର୍ଶନ କୁ ଖତମ କରିବା ପାଇଁ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତା ଉପରେ ଆକ୍ରମଣ କରିବା ସହ ଗାନ୍ଧୀଜୀ ଙ୍କ ଉପରେ କୁତ୍ସା ରଟନା କହୁଛନ୍ତି।ସାଂପ୍ରଦାୟିକ ହିଂସା ସମାଜରେ ବଢ଼ି ଚାଲିଛି। ଗାନ୍ଧୀଜୀ ଙ୍କ ନାମରେ ଥିବା ମହତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ବିଭିନ୍ନ ଯୋଜନା କୁ ପରିବର୍ତ୍ତନ କରି ଗାନ୍ଧୀ ବିରୋଧୀ ପ୍ରଚାର ପାଇଁ ଲାଗି ପଡିଛନ୍ତି। ଏଭଳି ବିଚାର ରୁ ସରକାର ନିୟନ୍ତ୍ରଣ ହେବାକୁ ଵକ୍ତା ମାନେ ଆଲୋଚନା କରିବା ସହ ଦେଶର ଏକତା ଓ ଭାତୃତ୍ବ ପାଇଁ ଆଜି ଦିନରେ କାର୍ଯ୍ୟ କଲେ ହିଁ ଗାନ୍ଧୀ ଙ୍କ ବଳିଦାନ ର ମୂଲ୍ୟ ରହିବ ବୋଲି କହିଥିଲେ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In