ନୂଆଦିଲ୍ଲୀ : ସିବିଏସଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାଇବର ଆଟାକ୍ । ବୋର୍ଡ ତରଫରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି କି, ପୋର୍ଟାଲରେ ମନ୍ଦ ଉଦ୍ଦେଶ୍ୟରେ ଲୋକମାନେ ସାଇବର ଆଟାକ୍ କରି ସର୍ଭିସରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମ ସିଷ୍ଟମ ପୂର୍ବରୁ ଏଭଳି ଆଟାକରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ରହିଛି । ପିଲାମାନେ ବିନା କୌଣସି ସମସ୍ୟାରେ ନିଜର ସବମିଶନ ଜମା କରିପାରିବେ ।
ସିବିଏସଇ ବୋର୍ଡ ଜୁନ୍ ୨ ତାରିଖରେ ରି-ଇଭାଲ୍ୟୁସନ ପୋର୍ଟାଲ ଖୋଲିଛି । ଏହି ପୋର୍ଟଲ ୨୯ ମଇ ଏବଂ ଏହାପରେ ଜୁନ୍ ୧ ତାରିଖରେ ଖୋଲିବାର ଥିଲା, କିନ୍ତୁ ବିଳମ୍ବ ହେବା ଯୋଗୁଁ ଜୁନ୍ ୨ରେ ଖୋଲାଯାଇଥିଲା । ଜୁନ୍ ୨ରେ ଅପରାହ୍ନ ୩ଟା ଯାଏଁ ୧୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଜର ସବମିସନ କରିସାରିଛନ୍ତି । ବୋର୍ଡ କହିଛି ଯେ, ଏବେ ସିଷ୍ଟମ ୮ ହଜାରରୁ ଅଧିକ ୟୁଜର୍ସଙ୍କୁ ସପୋର୍ଟ କରୁଛି ।
ବୋର୍ଡ ତରଫରୁ କୁହାଯାଇଛି କି, ରି-ଇଭାଲ୍ୟୁସନ ପୋର୍ଟାଲରେ ପ୍ରଥମେ ହଶଳିୟା ଏକ ଡିନାଏଲ ଅଫ ସର୍ଭିସ ଆଟାକ୍ ହୋଇଥିଲା । ଯାହା ୨ ମିନିଟ ଭିତରେ ୧.୫ ମିଲିଅନ କ୍ଲିକ୍ ହୋଇଥିଲା । ୧ ଲକ୍ଷରୁ ଅଧିକ ଥର ବିନା ଅନୁମତିରେ ଫାଇଲକୁ ଆକ୍ସେସ କରିବାକୁ ଚେଷ୍ଟା କରାଯାଇଛି । କିନ୍ତୁ ଆମେ ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ୍ ଆଧାରରେ ପ୍ଲାଟଫର୍ମକୁ ବହୁତ ଉନ୍ନତ କରିଛୁ ।
