କଟକ (ଭିଓଭି): ରୋଟାରି କ୍ଲବ୍ ଅଫ୍ କଟକ କ୍ୟାଣ୍ଟନମେଣ୍ଟ ଓ ଅଶ୍ୱିନୀ କଲେଜ୍ ଅଫ୍ ନର୍ସିଙ୍ଗ୍ ମିଳିତ ଭାବରେ ସାଇବର ଅପରାଧ ଏବଂ ଆର୍ଥିକ ଠକେଇ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରିଥିଲେ। ଏଥିରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ, କର୍ମଚାରୀ ଓ ପ୍ରିନ୍ସିପାଲ୍ ଙ୍କ ସହିତ ରୋଟାରି ଜିଲ୍ଲା ଅଧିକାରୀ ଏବଂ କ୍ଲବ୍ ସଦସ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଏବଂ ସାଇବର୍ ସଫ୍ଟୱେର୍ ପ୍ରଶିକ୍ଷକ ରଞ୍ଜନ ଷଡଙ୍ଗୀ ଏବଂ ସାଇବର ଅପରାଧ ବିଭାଗ ଇନ୍ସପେକ୍ଟର୍ ବିଭୁ ରଞ୍ଜନ ସୁନ୍ଦରାୟ କାର୍ଯ୍ୟକ୍ରମରେ ଯୋଗଦେଇ ସାଇବର ସୁରକ୍ଷା ପାଇଁ କଣ କରିବେ ଓ କଣ କରିବେ ନାହିଁ ତାହାର ଉଦାହରଣ ସହ ବର୍ଣ୍ଣନା କରିଥିଲେ। ରୋଟାରି ଜିଲ୍ଲା ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଠକେଇ ବିଷୟରେ ସଚେତନ କରିଥିଲେ ଏବଂ ସତର୍କ ରହିବାକୁ ଉପଦେଶ ଦେଇଥିଲେ। ଅଶ୍ୱନୀ କଲେଜ୍ ଅଫ୍ ନର୍ସିଙ୍ଗ୍ ର ପ୍ରିନ୍ସିପାଲ୍ ଡକ୍ଟର ରୀତାଞ୍ଜଳି ସାହୁ ଏହି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଥିଵାରୁ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ। ରୋଟାରି କ୍ଲବ ସଭାପତି ଶୁଭ୍ରା ମହାନ୍ତି, ସଚିବ ପ୍ରଭାତ ମିଶ୍ର, ସେବା ପ୍ରକଳ୍ପ ଅଧ୍ୟକ୍ଷ ବିଶ୍ୱଜିତ ସେନାପତି ଏବଂ ସଦସ୍ୟ ସୁରେନ୍ଦ୍ର ପାତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା ଅଧିକାରୀମାନେ ପୂର୍ବତନ ସଭାପତି ଏସ.ଏସ ହରିଚନ୍ଦନ ଏବଂ ଭୁବନେଶ୍ଵର ରୋଟାରି କ୍ଲବର ସଭାପତି ଜନ ରଞ୍ଜନ ରଥ ଏବଂ ଦେବାଶିଷ ଆଚାର୍ଯ୍ୟ ଯୋଗଦାନ କରିଥିଲେ।
