କଟକ (ଭିଓଭି): ରୋଟାରି କ୍ଲବ୍ ପକ୍ଷରୁ ମିଳିତ ଭାବରେ ଏକ “ସାଇବର ଅପରାଧ ଓ ଆର୍ଥିକ ଠକେଇ ଉପରେ ସଚେତନତା” କାର୍ଯ୍ୟକ୍ରମ ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ରୋଟାରି କ୍ଲବ୍ କଟକ ରେଡିଏନ୍ସ, ମହାନଦୀ, ଅଭିନବ ଓ କ୍ୟାଣ୍ଟନମେଣ୍ଟ ମିଳିତ ଭାବରେ ଆୟୋଜନ କରିଥିଲେ। ଆଇ.ଡି.ବି.ଆଇ ବ୍ୟାଙ୍କର ସହକାରୀ ଜେନେରାଲ ମ୍ୟାନେଜର ସୈାମ୍ୟ ରଞ୍ଜନ ନନ୍ଦୀ ଏବଂ ସାଇବର କ୍ରାଇମ ଡିପାର୍ଟମେଣ୍ଟର ଇନସପେକ୍ଟର ଅବନ୍ତୀ ମଣି ନାୟକ ସାଇବର କ୍ରାଇମ ଦ୍ଵାରା ହେଉଥିବା ଆର୍ଥିକ ଠକେଇ ଉପରେ ବକ୍ତଵ୍ୟ ରଖିବା ସହ ପ୍ରତିଷେଧକ ପ୍ରଣାଳୀକୁ ମାର୍ଗଦର୍ଶନ କରିଥିଲେ। ଏହି କର୍ମଶାଳାରେ ଶତାଧିକ ଲୋକ ଯୋଗଦେଇଥିଲେ। ଏହି ସଚେତନତା କର୍ମଶାଳା ରେ ରୋଟାରି କ୍ୟାଣ୍ଟନମେଣ୍ଟ୍ କ୍ଲବ ସଭାପତି ଶୁଭ୍ରା ମହାନ୍ତି, ରୋଟାରି ରେଡିଏନ୍ସ ସଭାପତି ଇନ୍ଦିରା ସୁଭା ଦର୍ଶିନୀ, ରୋଟାରି ମହାନଦି କ୍ଲବ୍ ର ମିସ୍ ସି.ଭାଗ୍ୟଶ୍ରୀ ଏବଂ ରୋଟାରି ଅଭିନବ କ୍ଲବ୍ ସଭାପତି ବିଶ୍ୱନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
