• About Us
  • Contact Us
Friday, July 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଦରପଦା – ଓଡ଼ଗାଁ 12: କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଝୁଲୁଛି ଖଣ୍ଡା, ଅଜାଣତରେ ନେଇପାରେ ମୁଣ୍ଡ

by Voice of Victims
July 3, 2026
in ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦରପଦା – ଓଡ଼ଗାଁ 12: କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ଝୁଲୁଛି ଖଣ୍ଡା, ଅଜାଣତରେ ନେଇପାରେ ମୁଣ୍ଡ

ଓଡଗାଁ, 1/7 (ଆଦର୍ଶ ପଟ୍ଟନାୟକ ) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା 21 ନମ୍ବର ରାଜ୍ୟ ରାଜପଥ ଦରପଦା ଠାରୁ ଓଡ଼ଗାଁ ଶ୍ରୀରଘୁନାଥଜିଉ ମନ୍ଦିରକୁ ସଂଯୋଗ କରୁଥିବା 12 କିମି ପକ୍କା ସଡ଼କ ଅତ୍ୟନ୍ତ ବିପଦପୂର୍ଣ୍ଣ ରାସ୍ତାରେ ପରିଣତ ହେବା ସହିତ ମରଣ ଯନ୍ତା ପାଲଟିଛି | ପ୍ରାୟ ଦୁଇ ତିନି ବର୍ଷ ବ୍ୟବଧାନରେ ଦୁଇଟି ପର୍ଯ୍ୟାୟରେ ଦୁଇ ଯନ୍ତ୍ରୀଙ୍କ ତତ୍ୱାବଧାନରେ ଏହି ରାସ୍ତାକୁ ନବୀକରଣ କରାଯାଇଥିଲା | ଫଳରେ ଓଡଗାଁକୁ ପ୍ରଭୁ ଶ୍ରୀରଘୁନାଥଜିଉଙ୍କୁ ଦର୍ଶନ କରିବାକୁ ଦୈନିକ ଆସୁଥିବା ଶ୍ରଦ୍ଧାଳୁ ଗୁଗୁଲ ମ୍ୟାପରେ ସାହାଯ୍ୟରେ ଏବଂ ଅନେକ ବରିଷ୍ଠ କାର କିମ୍ବା 2 ଚକିଆ ଚାଳକ ଶତାଧିକ ରମ୍ବଲର ହମ୍ପସ ବଦଳରେ ଭାୟା ଶରଣକୂଳ ହୋଇ ନୟାଗଡ଼ କିମ୍ବା ଆଗକୁ ଯିବା ପରିବର୍ତ୍ତେ ଦରପଦା -ଓଡଗାଁ ରାସ୍ତାକୁ ପ୍ରଥମ ପସନ୍ଦ କରିଥାନ୍ତି | ହେଲେ ଗ୍ରାମ୍ୟ ଉନ୍ନୟନ ଢାଞ୍ଚା ବା ଅନୁଦାନ ଅନୁସାରେ ନିର୍ମାଣ ହୋଇଥିବା ଏହି ରାସ୍ତାରେ ସବୁ ପ୍ରକାର ଯାନବାହାନ ଚଳାଚଳ କରୁଥିବା ବେଳେ ଦିନ ରାତି ଏହି ରାସ୍ତାରେ ବେଆଇନ ଭାବେ ବାଲି ବୋଝଇ ହାଇୱା ଭଳି ଭାରି ଯାନ ନିର୍ଦ୍ୱନ୍ଦ୍ୱରେ ଯିବା ଆସିବା କରୁଥିବା କାରଣରୁ ଏହି ରାସ୍ତାର ଅନେକ ଜାଗାରେ ବିପଦ ପୁର୍ଣ ଭାବେ ଖାଲ ଖମା ସୃଷ୍ଟି ହେଲାଣି |

ଅନ୍ୟପକ୍ଷେ ଏହି ରାସ୍ତାର ନବୀକରଣ ପରେ ଏହାକୁ ମରାମତି କରିବାକୁ ଠିକାଦାରଙ୍କ 5 ବର୍ଷ ଚୁକ୍ତି ରହିଥିବା କୁହା ଯାଉଥିବା ବେଳେ ଏହାକୁ ମରାମତି କରିବାକୁ ଆଦୌ ବିଭାଗୀୟ ନିଷ୍ଠା ନଥିବା ଅଭିଯୋଗ ହେଉଛି | ବରଂ କେମିତି 5 ବର୍ଷ ଅବଧି ପରେ ପୁଣି ଏଜ ଫ୍ରେସ ଟେଣ୍ଡର କରିବାକୁ ବିଭାଗୀୟ ଚେଷ୍ଟା ରହିଥିବା ଆଲୋଚନା ହେଉଛି | ଏପରିକି ରାସ୍ତା ସାରା ଖାଲଖମା ବାଟୋଇଙ୍କୁ ଦୈନିକ ବିପଦରେ ପକାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପୁରୁଣା ଚାକୁଣ୍ଡା ଗଛଡାଳ ଭାଙ୍ଗି ଅନେକ ସମୟରେ ଲୋକେ ଅଘୋଷିତ ରାସ୍ତା ଅବରୋଧର ସମ୍ମୁଖୀନ ହୁଅନ୍ତି | ସ୍ଥାନୀୟ ଲୋକଙ୍କ ଆଉ ଜାଳେଣୀ ଆବଶ୍ୟକ ହେଉନଥିବା କାରଣରୁ ରାସ୍ତାରେ ପଡ଼ିଥିବା କାଠ କୌଣସି ଲୋକଙ୍କ କାମରେ ଆସୁନଥିବାରୁ ଅନେକାଂଶରେ ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ରାସ୍ତା ଅବରୋଧ ହଟିଥାଏ | ହେଲେ ବିପଦପୂର୍ଣ୍ଣ ଅବସ୍ଥାରେ ଶତାଧିକ ଦରଭଙ୍ଗା ଚାକୁଣ୍ଡା ଡାଳ ଅଦ୍ୟାବଧି ଖଣ୍ଡା ସଦୃଶ ରାସ୍ତା ଉପରେ ଗଛରେ ଲଟକି ରହିଛି | କେତେବେଳେ ହେଲେ ରାସ୍ତାରେ ଯାଉଥିବା ଆରୋହୀଙ୍କ ଉପରେ ସାମାନ୍ୟ ପବନ ବହିଲେ ମୁଣ୍ଡ ଉପରେ କିମ୍ବା ଯାନବାହାନ ଉପରେ ପଡି ମୁଣ୍ଡ ନେବା ସମ୍ଭବନା ସୃଷ୍ଟି ହୋଇଥିବା ଶିକ୍ଷାବିତ୍ ଚିତ୍ତରଞ୍ଜନ ତ୍ରିପାଠୀ ଆଶଙ୍କା ପ୍ରକାଶ କରିଛନ୍ତି | ଏ ସମ୍ପର୍କରେ ଓଡ଼ଗାଁ ଆରଡ଼ି ସେକ୍ସନ ଦାୟିତ୍ୱରେ ଥିବା ରଣପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ବରାଡ଼ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ରାସ୍ତା ପୁନଃ ନିର୍ମାଣ ନିମନ୍ତେ ଫ୍ରେସ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଥିବା ବେଳେ ଲଟକିଥିବା ଡାଳ କାଟି ସଫା ନିମନ୍ତେ ଖୁବ ଶୀଘ୍ର ବିଭାଗୀୟ ଉଦ୍ୟମ କରିବାକୁ ପ୍ରତିଶୃତି ଦେଇଛନ୍ତି | ହେଲେ ଲୋକଙ୍କ ମୁଣ୍ଡ ଉପରେ ଝୁଲୁଥିବା ଶତାଧିକ ଖଣ୍ଡା ସଦୃଶ ଡାଳ କାଟିବା ଓ ଲୋକଙ୍କୁ ଆକସ୍ମିକ ମୃତ୍ୟୁ ମୁଖରୁ ରକ୍ଷା କରିବାକୁ ବିଭାଗ କେତେ ତତ୍ପର ଫଳେନ ପରିଚୟତେ ଅର୍ଥାତ ସମୟକୁ ଅପେକ୍ଷା ରହିବ |

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ସିକୋରେ ଦନ୍ତା ଆତଙ୍କ: ରାଜରାସ୍ତା ଦଖଲ କଲା ଦନ୍ତା, ଘଣ୍ଟାଧରି ବନ୍ଦ ରହିଲା ଗାଡ଼ି ଚଳାଚଳ
  • ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ହେଲା ଘର, ପ୍ରାୟ ୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
  • ସ୍ୱାସ୍ଥ୍ୟ ସେବା ନିମନ୍ତେ ସିଗ୍ମାମୋଜାକ୍ ସଲ୍ୟୁସନ୍ ସହିତ ଆଇଏମଏସ୍ ଏବଂ ସମ ହସ୍ପିଟାଲର ବୁଝାମଣା ସ୍ୱାକ୍ଷରିତ
  • ସୋଆ କ୍ୟାମ୍ପସ୍‌-୨ପରିସରରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍‌ର ସମ୍ ହସ୍ପିଟାଲ ନୂତନ ଶାଖା ଉଦ୍‌ଘାଟିତ
  • ରୋଗୀମାନେ ଡାକ୍ତରଙ୍କୁ ଭଗବାନ ସଦୃଶ ମାନନ୍ତି: ସୋଆ ଉପସଭାପତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In