• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ

by Voice of Victims
October 22, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଅନୁଭବ ଆଧାରିତ ଶିକ୍ଷା ଉପରେ ନୟାଗଡ ଜିଲ୍ଲାର ସ୍କୁଲ ଗୁଡିକରୁ ତଥ୍ୟ ସଂଗ୍ରହ

ରଣପୁର, ୨୨/୧୦ : ରାଷ୍ଟ୍ରୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ନିରନ୍ତର ଭାବରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଅଛି | ଜାତୀୟ ଶିକ୍ଷାନୀତି ୨୦୨୦ ର ଲକ୍ଷ୍ୟକୁ ସୁଦୃଢ କରିବା ପାଇଁ ଶିକ୍ଷକ ଶିକ୍ଷା ବିଭାଗ (DTE) ଦେଶର ବିଭିନ୍ନ ରାଜ୍ୟର ସ୍କୁଲଗୁଡିକର ଅନୁଭବ ଆଧାରିତ ଶିକ୍ଷା ସମ୍ପର୍କିତ ଗବେଷଣା କାର୍ଯ୍ୟ କରୁଛି | ଏହି ଅଧ୍ୟୟନ ଅନୁଯାୟୀ ମାଧ୍ୟମିକ ସ୍ତର ଶ୍ରେଣୀ ( ଷଷ୍ଠ ରୁ ଅଷ୍ଟମ) ର ୨୫ଟି ସ୍କୁଲ ଚୟନ ହେବା ସହିତ ଓଡ଼ିଶାର କନ୍ଧମାଳ, ବୌଦ୍ଧ, ନୟାଗଡ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଚିହ୍ନଟ କରାଯାଇଛି | ନୟାଗଡ ଜିଲ୍ଲାର ତଥ୍ୟ ସଂଗ୍ରହ କାର୍ଯ୍ୟରେ ସହଯୋଗ ପାଇଁ TE & SCERT ଓଡିଶା ତରଫରୁ ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରତିଷ୍ଠାନ ତରଫରୁ ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ଅନିନ୍ଦିତା ପ୍ରିୟଦର୍ଶିନୀଙ୍କୁ ଚୟନ କରିଛନ୍ତି | ଏହି ତଥ୍ୟ ସଂଗ୍ରହ କାର୍ଯ୍ୟ ପାଇଁ ଜିଲ୍ଲାରୁ ୫ଟି ବିଦ୍ୟାଳୟକୁ ମନୋନୀତ କରାଯାଇଅଛି |

ଏହି କାର୍ଯ୍ୟଟି ଚଳିତ ଅକ୍ଟୋବର ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି, ପି.ଏମ.ଶ୍ରୀ. ସୋଲପଟା ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁର ଭାଗିରଥି ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟ ଓ ନୟାଗଡ ଜବାହର ନବୋଦୟ ବିଦ୍ୟାଳୟ ନାମକ ପାଞ୍ଚଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ କରାଯାଇଛି | ଏଥି ମଧ୍ୟରୁ ନୟାଗଡ ଜବାହର ନବୋଦୟ ବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୨୮ ତାରିଖ ଦିନ ତଥ୍ୟ ସଂଗ୍ରହ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି | ଏହା ବ୍ୟତୀତ ଉପରୋକ୍ତ ୪ଟି ବିଦ୍ୟାଳୟରୁ ସୁଚାରୁରୂପେ ପ୍ରଧାନଶିକ୍ଷକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମପନ୍ନ କରାଯାଇଛି | ଏହି କାର୍ଯ୍ୟରେ ସହାୟତା କରିବା ନିମନ୍ତେ ନୂଆଦିଲ୍ଲୀ ଆସୋସିଏଟ ପ୍ରଫେସର ଡ଼. ଭାବଗ୍ରାହୀ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ | ଏହା NCERT ର ଏକ ସକାରାତ୍ମକ ପ୍ରୟାସ, ଯାହା ଶିକ୍ଷାକୁ ଅଧିକ ଗୁଣାତ୍ମକ ଓ ଅଭିଜ୍ଞତା ମୂଳକ ଗବେଷଣାତ୍ମକ ଓ ବାସ୍ତବତା କାର୍ଯ୍ୟକୁ ଆଗେଇ ନେବା ସହିତ ଶିକ୍ଷାନୀତି କୁ ଦୃଢ଼ିଭୂତ କରିବ ବୋଲି ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିଜୟ କୁମାର ତ୍ରିପାଠୀ ମତ ଦେଇଛନ୍ତି |

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In