ବାଲେଶ୍ଵର (ଭିଓଭି) ୧୩/୧୧ : – ବାଲେଶ୍ଵର ସହରର ଉପକଣ୍ଠ ୧୮ନଂ ୱ।ର୍ଡ ଅଡରବଜାର ର ବାସିନ୍ଦା ବୃଦ୍ଧା ଛବିରାଣି ଦେ ଙ୍କ ର ୪ ଦିନ ତଳେ ମୃତ୍ୟୁ ହୋଇଯାଇଛି । ପୁଅ ବିଦେଶରେ ରହୁଥିବା କାରଣରୁ ଶବ ସତ୍କାର ଏ ଯାଏଁ ହୋଇପାରିନାହିଁ । ସ୍ଥାନୀୟ ବାସିନ୍ଦା ୨୨ ବର୍ଷ ଧରି ଅଲଗା ବାହାରେ ରହୁଥିବା ସ୍ୱାମୀ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସୃଷ୍ଟିଧର ଦେ ଏବଂ ପୁଅକୁ ଖବର ଦେଇଥିଲେ ।
ଆଜି ପୂର୍ବାହ୍ନ ୧୧ ଟା ସମୟରେ ସ୍ୱାମୀ ସୃଷ୍ଟିଧର ଅନ୍ୟ ଜଣେ ମହିଳାଙ୍କୁ ନେଇ ଘରେ ପଶି ନିଜ ସ୍ତ୍ରୀଙ୍କୁ ଶେଷ ଦର୍ଶନ କରି ପଳେଇ ଯାଉଥିବାବେଳେ ଶବ ସତ୍କାର ପାଇଁ ଗ୍ରାମବାସୀ ତାଙ୍କୁ ଅଟକାଇ ଥିଲେ । ସୃଷ୍ଟିଧର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା । ସୃଷ୍ଟିଧର ଙ୍କ ସହିତ ଆସିଥିବା ମହିଳା ଘଟଣାସ୍ଥଳରୁ ଖସିଯାଇ ପୋଲିସ ର ସାହାଯ୍ୟ ଲୋଡ଼ିଛନ୍ତି । ମୃତ ମହିଳା ଙ୍କ ପୁଅ ଆସନ୍ତା କାଲି ବାଲେଶ୍ଵର ରେ ପହଞ୍ଚିବେ ବୋଲି ସୂଚନା ରହିଛି ।
