• About Us
  • Contact Us
Sunday, June 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆମେରିକା ଟୋଲେଡୋରେ ଏକ ଉତ୍ସବରେ ଭୟଙ୍କର ଗୁଳିମାଡ଼, ଅନେକ ଗୁରୁତର

by Voice of Victims
June 7, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆମେରିକା ଟୋଲେଡୋରେ ଏକ ଉତ୍ସବରେ ଭୟଙ୍କର ଗୁଳିମାଡ଼, ଅନେକ ଗୁରୁତର

ଆମେରିକା : ଆମେରିକାରେ ଓହିୟୋରେ ଟୋଲେଡୋରେ ଭୟଙ୍କର ଗୁଳିକାଣ୍ଡ । ଏଠାରେ ଉତ୍ସବ ଚାଲିଥିବା ବେଳେ ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ ହୋଇଛି । ଏଠାକାର ଟୋଲେଡୋ ସହରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହୋଇଥିବା ଯୋଗୁଁ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଏବଂ ଜରୁରୀକାଳୀନ ଟିମ୍ ପହଞ୍ଚିଥିଲା ।

ପୋଲିସର କହିବାନୁସାରେ, ଘଟଣାରେ କେତେ ଜଣଙ୍କ ସଂପୃକ୍ତି ଅଛି ତାହା ସ୍ପଷ୍ଟ ହୋଇନାହିଁ । ସେନେଇ ତଦନ୍ତ ଚାଲିଛି । ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୭ରେ ଓଲ୍ଡ ଓ୍ୱେଷ୍ଟ୍ ଆଣ୍ଡ୍ ଫେଷ୍ଟିଭାଲ୍ ନିକଟରେ ଗୁଳିକାଣ୍ଡର ସୂଚନା ମିଳିଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସ୍ଥାନୀୟ ମେୟର କହିଛନ୍ତି ଯେ, ୧୨ ଜଣଙ୍କ ଦେହରେ ଗୁଳି ବାଜିଛି । ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଅନେକ ଭିଡିଓରେ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳୁଛି । ଯେଉଁମାନେ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କରାଯିବ ।

ସମସ୍ତ ଆହତଙ୍କୁଚିକିତ୍ସା ପାଇଁ ଅଲଗା ଅଲଗା ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ପୋଲିସ ବଳ ନିୟୋଜିତ ରହିଛନ୍ତି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏଠାରେ ଲୋକପ୍ରିୟ ଦୁଇ ଦିବସୀୟ ସାମୁଦାୟିକ ଆୟୋଜନ କରାଯାଉଥିଲା । ଉତ୍ସବରେ ଲାଇଭ୍ ଗୀତ, ଖାଇବା ପିଇବା ଷ୍ଟଲ, ଘର ସାମଗ୍ରୀ ଜିନିଷ ବିକ୍ରି ହେଉଥିଲା । ତେଣୁ ଅନେକ ଲୋକ ଜମା ହୋଇଥିଲେ । ଗୁଳିମାଡ଼ ପରେ ସମସ୍ତେ ଚାରିଆଡେ ଦୌଡିବାକୁ ଲାଗିଥିଲେ ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଟୋଲେଡୋରେ ଏକ ଉତ୍ସବରେ ଭୟଙ୍କର ଗୁଳିମାଡ଼, ଅନେକ ଗୁରୁତର
  • ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀର ପ୍ରଭାବ
  • ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା
  • ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ
  • ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In