ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି । ଇମ୍ରାନ ସୋସିଆଲ ମିଡିଆରେ ଦେଶ ବିରୋଧୀ ବିଭିନ୍ନ ପୋଷ୍ଟ କରୁଥିଲା । ମୌଳବାଦୀ ଚିନ୍ତାଧାରା ରଖୁଥିବା ଇମ୍ରାନର ଆତଙ୍କବାଦୀ ଲିଙ୍କ୍ ଥିବା ସୁରାକ୍ ପାଇ ତାକୁ ଗିରଫ କରାଯାଇଛି । ତାର ମୋବାଇଲ , ଲାପଟପ୍ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ପୋଲିସ ।
ଶୁକ୍ରବାର ଯୁବକକୁ ଗିରଫ ପରେ ଭୁବନେଶ୍ୱର ଏସ୍ଡିଏଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଦିଲ୍ଲୀ ନେଇଯାଇଛି ସ୍ପେଶାଲ ଟିମ୍ । ବର୍ତ୍ତମାନ ଯାଏଁ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ । ସମୟ ବିତିବା ସହିତ ଦିଲ୍ଲୀ ପୋଲିସ ଯୁବକଙ୍କ ଗିରଫ ନେଇ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ରହିଛି । ଅନ୍ୟପଟେ ଯୁବକ ଜଣକଙ୍କ କେଉଁ ସବୁ ସଂଗଠନ ସହିତ ଲିଙ୍କରେ ରହିଥିଲେ । କେଉଁ କେଉଁ ଦେଶ ବିରୋଧୀ କାମ କରୁଥିଲେ । କିପରି ସେହି ସବୁ ସଂଗଠନ ସହିତ ଜଡିତ ହେଲେ । ଯୁବକ ଜଣଙ୍କ ଜଣେ ଅଛନ୍ତି, ନା ତାଙ୍କ ଲିଙ୍କରେ ଆଉ କିଏ କିଏ ଅଛନ୍ତି । ଦିଲ୍ଲୀ ପୋଲିସର ପୁରା ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରାଯାଉଛି ।
