• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଗଣଶିକ୍ଷା ବିଭାଗର ଚିଠି: ହିଟ୍‌ୱେଭ୍ ମୁକାବିଲା ଲାଗି ପ୍ରସ୍ତୁତ ରୁହ

by Voice of Victims
February 26, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗଣଶିକ୍ଷା ବିଭାଗର ଚିଠି: ହିଟ୍‌ୱେଭ୍ ମୁକାବିଲା ଲାଗି ପ୍ରସ୍ତୁତ ରୁହ

ଭୁବନେଶ୍ୱର : ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି। ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି କରାଯାଇଛି। ସ୍କୁଲରେ ପାନୀୟଜଳ ବ୍ୟବସ୍ଥା, ପର୍ଯ୍ୟାପ୍ତ ଓଆର୍‌ଏସ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଟ୍‌ୱେଭ ସ୍ଥିତି ମୁକାବିଲା ଲାଗି ଆଗୁଆ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସ୍‌ରେ ଥିବା ନଳକୂପର ମରାମତି ଆବଶ୍ୟକ ଥିଲେ ତୁରନ୍ତ କରିବାକୁ କୁହାଯାଇଛି। ଏହାସହିତ ପର୍ଯ୍ୟାପ୍ତ ଓଆର୍‌ଏସ୍ ପ୍ୟାକେଟ୍ ରଖିବା, ଆଉଟ୍‌ଡୋର୍ ଗତିବିଧି ଉପରେ କଟକଣା ଲଗାଇବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମପ୍ରବାହ ଟିପ୍ସଦେବାକୁ ମଧ୍ୟ ଚିଠିରେ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ବିଭିନ୍ନସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାନୀୟଜଳର ଉପଲବ୍ଧତା ରହିବା ଆବଶ୍ୟକ। ଆବଶ୍ୟକସ୍ଥଳେ ବିଦ୍ୟାଳୟ ପରିସରରେ ଥିବା କୂପ ନଳକୂଅଗୁଡ଼ିକ ମରାମତି କରିବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣରେ ଓଆର୍‌ଏସ୍ ପ୍ୟାକେଟ୍ ବିଦ୍ୟାଳୟରେ ରଖିବା ଆବଶ୍ୟକ। ଯାହା ତୁରନ୍ତ ଜରୁରିକାଳୀନ ଆବଶ୍ୟକ ପଡ଼ିଲେ ଛାତ୍ରଛାତ୍ରୀଙ୍କ ସମେତ ସ୍କୁଲର କର୍ମଚାରୀଙ୍କୁ ପ୍ରଦାନ କରାଯିବ। ବାହ୍ୟ କାର୍ଯ୍ୟକଳାପକୁ ସୀମିତ ରଖିବା ପାଇଁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଖରା ସମୟରେ ପିଲାମାନଙ୍କୁ ବାହାରେ ଖେଳକୁଦ କରିବାକୁ ବାରଣ କରାଯାଇଛି। ବିଦ୍ୟାଳୟ ବା କଲେଜ ଯିବାବେଳେ ପିଲାମାନଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ କୁହାଯାଇଛି। ଏନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହିଟ୍‌ୱେଭ ସତର୍କତା ଟିପ୍ସ ଦେବା ସହିତ ସଚେତନତା କରାଇବାକୁ କୁହାଯାଇଛି। ମେଡିସିନ୍‌, ସାଲାଇନ୍‌, ଓଆର୍‌ଏସ୍ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଡାକ୍ତରଖାନାରେ ସନ୍‌ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରଣ ୱାର୍ଡ /ବେଡ୍ କରାଯିବ। ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଓଆର୍‌ଏସ୍ ଗଚ୍ଛିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସନ୍‌ଷ୍ଟ୍ରୋକକୁ ନେଇ ଯଦି କାଜୁଆଲିଟି ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଏ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଏ ତେବେ ତୁରନ୍ତ ଏ ଦିଗରେ ତଦନ୍ତ କରିବା ପାଇଁ କୁହାଯାଇଛି।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In