• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ

by Voice of Victims
August 5, 2024
in ମୁଖ୍ୟ ଖବର, ରାଜ୍ୟ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ

ଭୁବନେଶ୍ୱର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍‌ସିଲ ଗଠନ କରାଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତି। ଅନୁରୂପ ଭାବରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଏହି ପରିଷଦର ଆବାହକ ଥିବା ବେଳେ ହରିୟାଣାର ଅର୍ଥମନ୍ତ୍ରୀ ଶ୍ରୀ ଜୟ ପ୍ରକାଶ ଦଲାଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଶ୍ରୀ ଓ. ପି. ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଶ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥ ମନ୍ତ୍ରୀ ଶ୍ରୀମତୀ ଅଜନ୍ତା ନିୟୋଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ଶ୍ରୀ ପି. କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଶ୍ରୀ ଥଙ୍ଗମ ଥେନରାସୁ ଏହାର ଅନ୍ୟତମ ସଦସ୍ୟ ରହିଛନ୍ତି। ଏହି ମନ୍ତ୍ରୀ ପରିଷଦ ସୂଚନା-ପ୍ରଯୁକ୍ତି କାର୍ଯ୍ୟପ୍ରଣାଳୀର ସମୀକ୍ଷା କରିବା ସହିତ ବ୍ୟବସାୟିକ ଧାରାରେ ପରିବର୍ତ୍ତନ ସାଙ୍ଗକୁ ଟିକସ ବ୍ୟବସ୍ଥାକୁ ଫଳପ୍ରଦ କରବା ସକାଶେ ପଦକ୍ଷେପ ଗ୍ରହଣ କରିବ । ଟିକସ ଫାଙ୍କିର ମୁଖ୍ୟ ଉତ୍ସଗୁଡ଼ିକ ବାବଦରେ ଅନୁଧ୍ୟାନ କରି ଏସବୁର ଦୂରୀକରଣ ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ମତାମତ ଦେବେ। ତଥ୍ୟ ବିଶ୍ଳେଷଣକୁ ଗୁରୁତ୍ୱ ଦେଇ ରାଜସ୍ୱ ବୃଦ୍ଧି ଦିଗରେ କାର୍ଯ୍ୟ କରିବ। କେନ୍ଦ୍ର ଓ ରାଜ୍ୟ ତଥା ବିଭିନ୍ନ ରାଜ୍ୟରେ ପ୍ରଚଳିତ ଟିକସ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଚିହ୍ନଟ କରି ଯଥାର୍ଥ ସମନ୍ୱୟ ସ୍ଥାପନ ପାଇଁ କାର୍ଯ୍ୟ କରିବ । ଜିଏସ୍‌ଟି ବ୍ୟବସ୍ଥାରେ ବିଭିନ୍ନ ପରିବର୍ତ୍ତନଗୁଡ଼ିକର ସଫଳ ରୂପାୟନ ନିମନ୍ତେ ସମୟସୀମା ପ୍ରସ୍ତାବ କରିବ। ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ମସିହା ସେପେଫମ୍ବର ମାସରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ଜିଏସ୍‌ଟି କାଉନ୍‌ସିଲର ୪୫ତମ ବୈଠକରେ ପ୍ରଥମ ମନ୍ତ୍ରୀସ୍ତରୀୟ ପରିଷଦ ଗଠିତ ହୋଇଥିଲା। ସେହି ମନ୍ତ୍ରୀ ପରିଷଦ ଚଳିତ ମାସରେ ପୁନର୍ଗଠିତ ହୋଇଛି।

Post Views: 37
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In