• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲା ଗସ୍ତ

by Voice of Victims
August 8, 2024
in ମୁଖ୍ୟ ଖବର, ରାଜ୍ୟ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲା ଗସ୍ତ

ଭୁବନେଶ୍ବର: ଆଜି ଉପମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରିଡା ଏବଂ ଶିକ୍ଷା, କ୍ରୀଡା, ଯୁବସେବା ଓଡିଆ ଭାଷା ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଯଥା ବରୁଣେଇ, ଖୋର୍ଦ୍ଧାଗଡ, ଏବଂ ଅଟ୍ରୀ ଓ ହାଟକେଶ୍ଵର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନୟନ ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୈଠକରେ ଯୋଗ ଦେଇ ପର୍ଯ୍ୟଟନ ସ୍ଥଳଗୁଡିକର ସମୀକ୍ଷା କରାଯାଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ଵତନ୍ତ୍ର ସଚିବ ବାଳମୁକୁନ୍ଦ ଭୂୟାଁ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସଚିବ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ, ସିଭିଲ ସପ୍ଲାଏ ଅଧ୍ୟକ୍ଷ ସୁଦୀପ୍ତ ରାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖୋର୍ଦ୍ଧା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା ଖୋର୍ଦ୍ଧା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ ଖୋର୍ଦ୍ଧା ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠି ବିଭାଗୀୟ ଅଧିକାରୀ, ରାଜନୈତିକ ଦଳର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଆଜି ପର୍ଯ୍ୟଟନ ବିଭାଗ ଓ ଓଡିଆ ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭବିଷ୍ୟତରେ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶା ରେ ଯେଉଁ ଋଦ୍ଧିମନ୍ତ ପରମ୍ପରା ଥିଲା ତାହାର ପୁନଃ ସ୍ଥାପିତ କରିବା ଓଡିଆ ଅସ୍ମିତାକୁ ଆଉଥରେ ପ୍ରତିଷ୍ଠା କରିବା ପାଇଁ ଏକ ଯୁଗପୋଯୋଗୀ ପଦକ୍ଷପ ନେବାକୁ ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପରେ ଯାହା ସ୍ଥିରୀକୃତ ହୋଇଥିଲା ତାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗେଇନେବେ ଯାହାକି ସମଗ୍ର ଭାରତ ବର୍ଷକୁ ଏକ ସୁନ୍ଦର ଖୋର୍ଦ୍ଧା ଗଡର ବାର୍ତ୍ତା ପ୍ରଦାନ କରିବ। ଇଣ୍ଡିଆନ ଅଏଲର ୧୯୫ କୋଟି ପାଣ୍ଠି ସରକାରଙ୍କର ପ୍ରୋତ୍ସାହନର ସ୍ୟୁକୃତି ଅଛି ଯାହାର ପାଣ୍ଠି ଆହୁରି ବଢାଯିବ ଏବଂ ଏହାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଚେଷ୍ଟା କରାଯିବ ପର୍ଯ୍ୟଟନ ଭିତ୍ତିଭୂମି ରାଣୀପୋଖରୀର ପୁନରୁଦ୍ଧାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସମସ୍ତଙ୍କର ସହଯୋଗରେ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।

Post Views: 66
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In