ଭୁବନେଶ୍ବର: ରାଜ୍ୟ ସରକାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର ନାରାୟଣ ଦାଶଙ୍କୁ ପୋଲିସ ସେବାରେ ତାଙ୍କର ଉତ୍କୃଷ୍ଟ ଅବଦାନ ପାଇଁ ପୋଲିସ ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ମାନ ତାଙ୍କର ଦାୟିତ୍ୱନିଷ୍ଠା, ସାହସ ଓ ଲୋକସେବା ପ୍ରତି ଅଟୁଟ ସମର୍ପଣର ସ୍ୱୀକୃତି ସ୍ୱରୂପ ଦିଆଯାଇଛି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଓ ପ୍ରଶାସନିକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର କହିଛନ୍ତି ଯେ, ଏପରି ସମ୍ମାନ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଉତ୍ସାହିତ କରିବ।

୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟପାଳ ପଦକ । ଆଜି ଏହି ଅବସରରେ ମୋଟ୍ ୨୦ ଜଣଙ୍କୁ ମିଳିଛି ରାଜ୍ୟପାଳ ପଦକ । ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିଛି ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର ପାଇଲେ ପଦକ । ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ରାଜ୍ୟପାଳ ପଦକ ମିଳିଛି । ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହୋଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହୋଇଛନ୍ତି । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇଲେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିଛି ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିଛି ପଦକ ।
