• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

by Voice of Victims
July 14, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା, ସମସ୍ୟା ଅଭିଯୋଗ
DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏ ଏକ ବଡ଼ ଆଦେଶ ଜାରି କରିଛି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ ଜୁଲାଇ ୨୧ ତାରିଖ ଭିତରେ ଏହି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ । ସୂଚନାଯୋଗ୍ୟ ଯେ, ବିଶ୍ୱର ଅନେକ ଏୟାରଲାଇନ୍ସ କମ୍ପାନି ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ନିଜ ନିଜ ବିମାନର ଯାଞ୍ଚ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ କରି ବୋଇଙ୍ଗ୍ ୭୮୭ର ଫୁଏଲ୍ ସ୍ୱିଚ୍ ଲକିଙ୍ଗ୍ ସିଷ୍ଟମକୁ ଯାଞ୍ଚ କରାଯାଉଛି । ଯାହାକୁ ନେଇ ହିଁ ଅହମ୍ମଦାବାଦ ଦୁର୍ଘଟଣା ଘଟିଛି ବୋଲି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।

ପ୍ରାରମ୍ଭିକ ରିପୋର୍ଟରେ କଣ ଜଣାପଡ଼ିଛି? ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ବିମାନର ସମସ୍ତ ଜରୁରି ଯାଞ୍ଚ କରାଯାଇଥିଲା । ଏହାସହ ବିମାନ ପାଖରେ ବୈଧ ଉଡ଼ାଣ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଥିଲା । ହେଲେ ଏୟାରଇଣ୍ଡିଆ ବିମାନଟି ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ କିନ୍ତୁ ଏହାର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ ହୋଇଯାଇଥିଲା ।

ଯାହାପରେ ଜଣେ ପାଇଲଟ୍ , ଆଉ ଜଣେ ପାଇଲଟଙ୍କୁ ପଚାରିଥିଲେ ଯେ କାହିଁକି ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ କଲ? ହେଲେ ଏହାର ଉତ୍ତରରେ ଦ୍ୱିତୀୟ ପାଇଲଟ୍ ଜଣକ କହିଥିଲେ, ମୁଁ ଏପରି କରିନି । ଯାହାର କିଛି ସମୟ ପରେ ହିଁ ପାଇଲଟ୍ ମେଡେ କଲ୍ ଦେବା ସହିତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Post Views: 92
Share201Tweet126Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In