• About Us
  • Contact Us
Wednesday, July 16, 2025
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

by Voice of Victims
July 14, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା, ସମସ୍ୟା ଅଭିଯୋଗ
DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏ ଏକ ବଡ଼ ଆଦେଶ ଜାରି କରିଛି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ ଜୁଲାଇ ୨୧ ତାରିଖ ଭିତରେ ଏହି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଡିଜିସିଏ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଅନ୍ତରାଷ୍ଟ୍ରୀୟ ଏବଂ ଘରୋଇ ଅପରେଟର୍ ଏସଏଆଇବି ମୁତାବକ ନିଜ ନିଜ ବିମାନର ନୀରିକ୍ଷଣ ଆରମ୍ଭ କରିଦେଇଛନ୍ତି । ଏହାସହ ବାକି ଏୟାରଲାଇନ୍ସମାନେ ମଧ୍ୟ ଜୁଲାଇ ୨୧ ତାରିଖ ଭିତରେ ନିଜ ବିମାନର ଯାଞ୍ଚ କରାଇ ନିଅନ୍ତୁ । ସୂଚନାଯୋଗ୍ୟ ଯେ, ବିଶ୍ୱର ଅନେକ ଏୟାରଲାଇନ୍ସ କମ୍ପାନି ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ନିଜ ନିଜ ବିମାନର ଯାଞ୍ଚ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ କରି ବୋଇଙ୍ଗ୍ ୭୮୭ର ଫୁଏଲ୍ ସ୍ୱିଚ୍ ଲକିଙ୍ଗ୍ ସିଷ୍ଟମକୁ ଯାଞ୍ଚ କରାଯାଉଛି । ଯାହାକୁ ନେଇ ହିଁ ଅହମ୍ମଦାବାଦ ଦୁର୍ଘଟଣା ଘଟିଛି ବୋଲି ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ।

ପ୍ରାରମ୍ଭିକ ରିପୋର୍ଟରେ କଣ ଜଣାପଡ଼ିଛି? ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ, ବିମାନର ସମସ୍ତ ଜରୁରି ଯାଞ୍ଚ କରାଯାଇଥିଲା । ଏହାସହ ବିମାନ ପାଖରେ ବୈଧ ଉଡ଼ାଣ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଥିଲା । ହେଲେ ଏୟାରଇଣ୍ଡିଆ ବିମାନଟି ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ କିନ୍ତୁ ଏହାର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ ହୋଇଯାଇଥିଲା ।

ଯାହାପରେ ଜଣେ ପାଇଲଟ୍ , ଆଉ ଜଣେ ପାଇଲଟଙ୍କୁ ପଚାରିଥିଲେ ଯେ କାହିଁକି ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ବନ୍ଦ କଲ? ହେଲେ ଏହାର ଉତ୍ତରରେ ଦ୍ୱିତୀୟ ପାଇଲଟ୍ ଜଣକ କହିଥିଲେ, ମୁଁ ଏପରି କରିନି । ଯାହାର କିଛି ସମୟ ପରେ ହିଁ ପାଇଲଟ୍ ମେଡେ କଲ୍ ଦେବା ସହିତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Post Views: 27
Share200Tweet125Send
Voice of Victims

Voice of Victims

Recent Posts

  • ସାପ୍ତାହିକ ପତ୍ରିକା ତେଜସ୍ବିନୀର ଡିଜିଟାଲ ମିଡିଆ ଲୋକାର୍ପଣ
  • ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା
  • ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ
  • ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କଲେ ନବୀନ, କହିଲେ ଏହା ଏକ ଯୋଜନାବଦ୍ଧ ଅନ୍ୟାୟ
  • ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In