ସର୍ଦ୍ଦାର ବଲ୍ଳଭଭାଇ ପଟେଲ କେବଳ ଇତିହାସର ଅଧ୍ୟାୟ ନୁହେଁ , ସେ ଭାରତୀୟ ଜାତୀୟତାର ସଦା ପ୍ରେରଣା। ଭାରତର ଭୂମିପଟକୁ ଏକତାରେ ବାନ୍ଧି ଆଧୁନିକ ଭାରତର ଭିତ୍ତି ରଖିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ଆସନ୍ତା ଦିନରେ ସାରା ଭାରତ ଉତ୍ସାହ ଓ ଗର୍ବର ସହ ପାଳନ କରିବ। ଏହି ଐତିହାସିକ ଜନ୍ମଶତବାର୍ଷିକୀ ପାଳନ ପୂର୍ବରୁ ଆଜି ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଙ୍କ ନେତୃତ୍ୱରେ ଗୋଟିଏ ପ୍ରେସ କନଫରେନ୍ସ ଆୟୋଜନ କରାଯାଇଥିଲା।

ଏହି ପାଳନ ଅବସରର ମୂଳ ଆକର୍ଷଣ ଆସନ୍ତା ୧୦ ନଭେମ୍ବରରୁ ୨୫ ନଭେମ୍ବର ଭିତରେ ଢେଙ୍କାନାଳ ଓ କାମାକ୍ଷନଗର ଠାରେ ଏକତା ପଦଯାତ୍ରା ପାଳନ କରାଯିବ। ଏହି ପ୍ରେସ କନଫରେନ୍ସ ରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ରାସବିହାରୀ ବେହେରା,କାର୍ଯ୍ୟକ୍ରମ ସଂଯୋଜକ ବିଷ୍ଣୁ ପ୍ରସାଦ ଲେଙ୍କା,ସହସଂଯୋଜକ ଇତିଶ୍ରୀ ସାହୁ ଓ ମହାଦୀପ ମହିମା ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
