• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୧୯ଟି ଜିଲାରେ ଜାତୀୟ କୃମିନାଶକ ଦିବସରେ ଔଷଧ ବଣ୍ଟନ

by Voice of Victims
August 10, 2024
in ମୁଖ୍ୟ ଖବର, ରାଜ୍ୟ
୧୯ଟି ଜିଲାରେ ଜାତୀୟ କୃମିନାଶକ ଦିବସରେ ଔଷଧ ବଣ୍ଟନ

????????????????????????????????????

ଭୁବନେଶ୍ୱର: ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆଜି ରାଜ୍ୟର ୧୯ଟି ଜିଲାରେ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାଗୁଡ଼ିକରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା ଏବଂ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଔଷଧ ପ୍ରଦାନ କରାଯାଉଛି । ଅନ୍ୟ ୧୧ଟି ଜିଲାରେ ଫାଇଲେରିଆ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଜିଲାଗୁଡିକରେ ୨ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଡି.ଇ.ସି. ବଟିକା ସହିତ କୃମିନାଶକ ଔଷଧ ଏବଂ ୧ରୁ ୨ ବର୍ଷ ପିଲାଙ୍କୁ କେବଳ କୃମିନାଶକ ଔଷଧ ପ୍ରଦାନ କରାଯାଉଛି । ଔଷଧ ସେବନ କରିପାରି ନ ଥିବା ବାଳକ, ବାଳିକା ଏବଂ ମହିଳାଙ୍କୁ ଆସନ୍ତା ୧୭ ତାରିଖ ଦିନ ଔଷଧ ପ୍ରଦାନ କରାଯିବ । ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କ ଦ୍ୱାରା କୃମିନାଶକ ଔଷଧ ବଣ୍ଟନ କରାଯିବ । ଭଦ୍ରକ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ପ୍ରଦାନ କରାଯାଇଛି । ସେହିପରି ଗଜପତି ଜିଲା ଗୋଷାଣୀ ବ୍ଲକ୍‍ ଅନ୍ତର୍ଗତ ନୂଆକେରାଣ୍ଡିଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସୌମ୍ୟାରାଣୀ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ୟାପୀ କୃମିନାଶକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଚଳିତ ଥର ଜିଲ୍ଲାରେ ଥିବା ୧ ହଜାର ୨ଟି ସ୍କୁଲ୍‍ ଏବଂ ୨ ହଜାର ୪୩୬ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୂହିକ ଔଷଧ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଦେବଗଡ଼ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ଓଝା ଯୋଗଦେଇ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନ ପାଇଁ ପିଲାମାନେ କୃମିନାଶକ ବଟିକା ଖାଇବାବାର ଆବଶ୍ୟକତା ରହିଥିବା କହିଛନ୍ତି । ସେହିପରି କେନ୍ଦ୍ରାପଡ଼ାଠାରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ମାଧ୍ୟମରେ ଔଷଧ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ।

Post Views: 33
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In