• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଉଦଯାପିତ

by Voice of Victims
May 29, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଉଦଯାପିତ

ପୁରୀ (ଭିଓଭି): ଜିଲ୍ଲାର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଶଂଖକ୍ଷେତ୍ର ଫାଉଣ୍ଡେସନ୍ ର ଚତୁର୍ଥ ବାର୍ଷିକ ଉତ୍ସବ ପୁରୀ ଜିଲ୍ଲା ସଂସ୍କୃତି ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରଧାନ ଧୀରେନ୍ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଦଘାଟକ ଭାବେ ପୁରୀର ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ଓଡିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଭଗବାନ ସୁଆର, ବିଶିଷ୍ଟ ଅତିଥି ମହିଳା ଉଦ୍ୟୋଗୀ ରୁଚମିତ୍ରା ଜଗଦେବ ମହାପାତ୍ର, ଶିକ୍ଷାବିତ୍ ଲତା ଦାସ, ଦେବବ୍ରତ ବେଦମାତା, ସମାଜସେବୀ ବିଦୁଲତା ଆଚାର୍ଯ୍ୟ, ଶଶାଙ୍କ ପ୍ରହରାଜ ମଞ୍ଚାସୀନ ହୋଇ ସେବା – ସଂସ୍କୃତିର ପ୍ରଚାର-ପ୍ରସାର ଦିଗରେ ଅନୁନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ । ସମ୍ପାଦିକା ଗୀତାଶ୍ରୀ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ଦ୍ଵାରା ଗତ ଏପ୍ରିଲ 26 ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା “ଶଙ୍ଖକ୍ଷେତ୍ର ପ୍ରତିଭା ପୂଜନ-2026” ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଡ୍ରଇଂ,ନୃତ୍ୟ, ଝୋଟି, ଶ୍ରୀକ୍ଷେତ୍ର ବୋହୁ ,ଫେସନ ସୋ ଇତ୍ୟାଦି ବିଭିନ୍ନ ଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ସମାଜ ସେବା, କଳା ଓ ସଂସ୍କୃତିର ବିକାଶ ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପୁରୀ ସହର ତଥା ସାଧାରଣ ଲୋକଙ୍କ ସମସ୍ୟା କୁ ନିର୍ଭୀକ ଭାବେ ଗଣମାଧ୍ୟମରେ ପ୍ରକାଶ କରି ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ଭଏସ୍ ଅଫ ଭିକ୍ଟିମ୍ସ, ଫୋକସ ଟିଭି, ପ୍ରୟାସ୍ ଟିଭି, ସଂଘର୍ଷ, ଶ୍ରୀକ୍ଷେତ୍ର ଚ୍ୟାନେଲ୍ ଇତ୍ୟାଦି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବିଭିନ୍ନ କଳାକାରଙ୍କ ଦ୍ଵାରା ମଡର୍ଣ୍ଣ ଡ୍ୟାନ୍ସ, ଫେସନ୍ ସୋ ଆଦି କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଅନୁଷ୍ଠାନର ସଦସ୍ୟା କଳାକାର ମାନଙ୍କ ଦ୍ଵାରା ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।

ସଂଯୋଜକ ରାଜେଶ ପ୍ରଧାନ, କୋଷାଧକ୍ଷା ରେଣୁବାଳା ଜୟ ସିଂ, ଉପଦେଷ୍ଟା – ରତନ ଦାସ, ଡା ରଶ୍ମି ରଞ୍ଜନ ମହାରଥା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ଲଲାଟେନ୍ଦୁ ମିଶ୍ର ମଞ୍ଚପରିଚାଳନା କରିଥିଲେ । ଅନୁଷ୍ଠାନର ସଦସ୍ୟା ସ୍ମିତାଞ୍ଜଳି ମହାନ୍ତି, ଲିଲି ପରିଡା, ଅଞ୍ଜଳି ସ୍ୱାଇଁ, ପ୍ରୀତି ତ୍ରିପାଠୀ, ବିଷ୍ଣ ପ୍ରିୟା ବରାଳ , ସୌଦାମିନୀ ଜୟସିଂ, ବିଜୟ ଭୂଷଣ ରଥ, ସୁନୀତା ନାୟକ, ଲିପା ବରାଳ , ଅନସୂୟା ମହାପାତ୍ର ରୋଜାଲିନ ଦାସ, ପ୍ରମିଳା ସାହୁ, ଶୁଭଶ୍ରୀ ପଟ୍ଟନାୟକ, ମନୋରମା କରନ୍, ପ୍ରିୟଙ୍କା ହାତୀ, ପ୍ରଦ୍ୟୁମ୍ନ ମହାନ୍ତି, ମାନସ ରଞ୍ଜନ ପତି, ମାମୁନି ନନ୍ଦ, ଜ୍ୟୋତ୍ସ୍ନା ସ୍ୱାଇଁ, ଭରତ ସାହୁ, ସୁଶାନ୍ତ କୁମାର ପାତ୍ର, ଦୀପ୍ତୀ ତ୍ରିପାଠୀ, ଲକ୍ଷ୍ମୀ ନାୟକ, ଅଙ୍କିତା ସୁବୁଦ୍ଧି, ଜୀବନନିତା ପଟ୍ଟନାୟକ, ଲୋପାମୁଦ୍ରା କର, ମିଲି ପ୍ରଧାନ, ରାକେଶ ପ୍ରଧାନ, ଝରଣା ପତି, ଜ୍ୟୋତି ମହାପାତ୍ର ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିବା ବେଳେ ଉପସଭାନେତ୍ରୀ ମଧୁସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Post Views: 56
Share202Tweet127Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In