ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ଗତ ୨୨-୧୧-୨୦୨୪ ଶୁକ୍ରବାର ଦିନ ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ସତ୍ୟବାଦୀ ମଣ୍ଡଳ ଶିକ୍ଷା ବିଭାଗ ତରଫରୁ ଏକ ମଣ୍ଡଳ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ସତ୍ୟବାଦୀ ମଣ୍ଡଳର ସମସ୍ତ ବିଦ୍ୟାଳୟର ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାର ମଡେଲ ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା।

ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ପଣ୍ଡା ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ତାଙ୍କ ସହିତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ ପ୍ରଧାନ ଓ ଉପ ଶୀକ୍ଷାଧୀକାରୀ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର କରଣ ଓ ସାକ୍ଷୀଗୋପାଳ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷିକା ଶ୍ରୀମତୀ ନମିତା ଦାଶ ଉପସ୍ଥିତ ରହି ଥିଲେ। ଏହି ପ୍ରଦର୍ଶନୀରୁ ଶ୍ରେଷ୍ଠ ବିବେଚିତ ସାତ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ପାରିବେ। ଉଦଯାପନୀ ଉତ୍ସବରେ ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରି ଏହି ଭଳି ପ୍ରଦର୍ଶନୀ ଶୀକ୍ଷାର୍ଥୀ ମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇ ପାରିବ ବୋଲି ନିଜ ଅଭିଭାଷଣରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଶ୍ରୀ ସନ୍ତୋଷ ପାଣିଗ୍ରାହୀ, ସତ୍ୟବାଦୀ ବିଡ଼ିଓ ଶ୍ରୀମତୀ ଲିପ୍ସା ରାଏ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ତଥା ଶ୍ରୀ ମୁଷା ମଲ୍ଲିକ ଓ ଶ୍ରୀମତୀ କୁମୁଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
