• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଅଛି:ଜଷ୍ଟିସ ବିଶ୍ୱନାଥ ରଥ

by Voice of Victims
July 6, 2024
in ମୁଖ୍ୟ ଖବର, ରାଜ୍ୟ
ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଅଛି:ଜଷ୍ଟିସ ବିଶ୍ୱନାଥ ରଥ

ଭୁବନେଶ୍ୱର: କେବେ ରତ୍ନଭଣ୍ଡାର ଖୋଲାଯିବ ତାହା ଆସନ୍ତା ୯ ତାରିଖ ଦିନ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିିତ ରତ୍ନଭଣ୍ଡାର କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ବୈଠକରେ ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାନ କରିବେ ।ଚାବି ଉପସ୍ଥାନ ହେଲା ପରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେହିଦିନ ହିଁ ନିଷ୍ପତ୍ତି ନିଆଯିବ । ତେବେ ଡୁପ୍ଲିକେଟ ଚାବିରେ ଯଦି ନଖୋଲେ ତେବେ ତାଲା ଭଙ୍ଗାଯିବ । ବହୁ ଦଶନ୍ଧି ଧରି ଉକ୍ତ ତାଲା ଖୋଲାଯାଇନାହିଁ । ଡୁପ୍ଲିକେଟ ଚାବିରେ ଯଦି ନଖୋଲେ ତେବେ ତାଲା ଭଙ୍ଗାଯିବ । ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି ।ଏଥିସହ ତାଲା କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ ହେବ । ପ୍ରସ୍ତୁତ ଏସଓପି ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେରତ୍ନଭଣ୍ଡାର ଯାଞ୍ଚ କମିଟି ଏକ ସ୍ୱତନ୍ତ୍ର ବଡି। କେବେ ରତ୍ନଭଣ୍ଡାର ଖୋଲିବ, ମୋଡାଲିଟି କଣ ରହିବ ସେ ନିଷ୍ପତ୍ତି କମିଟି ନେବ। ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହାକୁ ମାନିବେ। ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆଜି ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟଠାରେ ବସିଥିଲା ।  ପୂର୍ବତନ ଜଷ୍ଟିସ ବିଶ୍ୱର ନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେଣୁ କମିଟି ଯାହା ନିଷ୍ପତ୍ତି ନେବ ତାହା ସରକାରଙ୍କ ପାଇଁ ଗ୍ରହଣୀୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପ୍ରକାଶ ଯେ ବିଜେଡି ସରକାର ଅମଳରେ ରତ୍ନ ଭଣ୍ଡାର ଯାଞ୍ଚ ନିମନ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ମାତ୍ର ନୂତନ ସରକାର ଏହି କମିଟିକୁ ଭାଙ୍ଗି ଦେବା ସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ହେବାକୁ ଥିବା ରତ୍ନଭଣ୍ଡାରର ଗଣନା ଆଦିର ତଦାରଖ କରିବେ ।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In