ଭୁବନେଶ୍ଵର: ଶାରଦୀୟ ପୂଜା ପାଇଁ ସାରା ରାଜଧାନୀ ଉତ୍ସବ ମୁଖରିତ ଥିବା ବେଳେ କେଶୁରା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଶାରଦୀୟ ପୂଜା ପାଇଁ ଭୂଵନେଶ୍ବର ଉପକଣ୍ଠ କେଶୁରାରେ ଏବେ ଉତ୍ସବର ମାହୋଲ। କେଶୁରା ଗ୍ରାମ ତଥା ଆଖପାଖର ଅଞ୍ଚଳ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି । ମାଙ୍କ ସପ୍ତମୀ ପୂଜା ସମସ୍ତ ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଆଧ୍ୟାତ୍ମିକ ପରିବେଶରେ ଭୂଵନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଏବଂ ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଯୋଗ ଦେଇ ପୂଜା କମିଟିର କର୍ମକର୍ତ୍ତାଙ୍କ ଦ୍ୱାରା ପୂଜା ପରିବେଶର ସ୍ଵଚ୍ଛତା ଓ ସୁରକ୍ଷା କୁ ଭୂୟସୀ ପ୍ରଶଂସା କରିଥିଲେ। ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ। କେଶୁରା ଦୂର୍ଗାପୂଜା କମିଟି ସଭାପତି ପ୍ରଫୁଲ୍ଲ ସ୍ଵାଇଁ ଏବଂ କମିଟି ର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

