ନୂଆଦିଲ୍ଲୀ: ଫିଲିଫାଇନ୍ସ ମିଡାନାଓରେ ଭୂକମ୍ପର ଝଟକା ଅନୁଭୂତ । ଶନିବାର ୪.୩୭ ରେ ତୀବ୍ରତା ୬.୦ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳର ଗଭୀରତା ୧୦୫ କିଲୋମିଟର ଥିଲା । କିନ୍ତୁ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସୂଚନା ମିଳିନାହିଁ । ସୂଚନାନୁଯାୟୀ, ଭୂକମ୍ପର ଝଟକା ମିଡାନାଓ ବ୍ୟତୀତ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟରେ ଘରୁ ଦୌଡିଥିଲେ । କିନ୍ତୁ ଏଥିରେ କୌଣସି ଜୀବନହାନି ଘଟିନାହିଁ । ସୁନାମୀ ଏବଂ ଅନ୍ୟାନ୍ୟ କୌଣସି ସତର୍କତା NCS ଜାରି କରିନାହିଁ ।

ଅନ୍ୟପଟେ, ଲଗାତାର ୫ ଦିନ ଧରି ଭୂକମ୍ପରେ ଆଲବାନିଆ ଥରି ଉଠୁଛି । ସେଥିରୁ ୩ ଦିନ ଲୋକଙ୍କ ଆତଙ୍କ ଏବଂ ଭୟ ସୃଷ୍ଟି କରିଛି । ମଙ୍ଗଳବାର ସକାଳ ପ୍ରାୟ ୫:୦୫ ସମୟରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୪ ଥିଲା । ଏହାର କେନ୍ଦ୍ରସ୍ଥଳ ତିରାନାରୁ ପ୍ରାୟ ୧୬ କିଲୋମିଟର ଉତ୍ତର-ପଶ୍ଚିମରେ କ୍ରୁଜା ନିକଟରେ ଥିଲା ।
